ଇ-ଠକେଇ ରୁ ସୁରକ୍ଷା
ଆଜିକାଲି ଅନଲାଇନ କାର୍ଯ୍ୟକଳାପ , ଅର୍ଥ ନେଣଦେଣ ବଢିବା ସହ ଏସବୁ କ୍ଷେତ୍ରରେ ଲୁଟେରାଙ୍କ ସଂଖ୍ୟା ମଧ୍ୟ ବଢିଗଲାଣି । ଏଥିପାଇଁ ସର୍ତକତା ହେବା ସହ ନିଜକୁ ସୁରକ୍ଷା କରିବା ନିହାତି ଜରୁରୀ । ଏଥିପାଇଁ କେତୋଟି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ।
ମୋବାଇଲ ଫୋନକୁ ଆସୁଥିବା ସ୍ପାମ୍ ଓ ଫ୍ରଡ଼ କଲ ପ୍ରତି ସାବଧାନ ରୁହନ୍ତୁ । ନିଜ ବ୍ୟାଙ୍କ ଆକାଉଂଟରେ କୈାଣସି ପ୍ରକାର ସନ୍ଦିଗ୍ଧ କାର୍ଯ୍ୟକଳାପ ଦୃଷ୍ଟିକୁ ଆସିଲେ ତୁରନ୍ତ ଏ ସମ୍ପର୍କରେ କର୍ତୁପକ୍ଷକୁ ଜଣାଇବା ଉଚିତ୍ । ବ୍ୟାଙ୍କ ଷ୍ଟେଟମେଂଟ ବା ବ୍ୟାଙ୍କ ନେଣଦେଣା ହିସାବ ସବୁବେଳେ ସଠିକ୍ ସମୀକ୍ଷା କରନ୍ତୁ ।
ନିଜର ସଦ୍ୟ ବ୍ୟବହୃତ ମୋବାଇଲ ନମ୍ବର, ଇମେଲ ବ୍ୟାଙ୍କର ଅପ୍ଡେ଼ଟ କରାନ୍ତୁ । କିଛି କିଛି ସମୟ ବ୍ୟବଧା ନରେ ପାସୱାଡର଼୍ ବଦଳାନ୍ତୁ ଏବଂ ଏହାକୁ ସୁଦୃଢ ରଖନ୍ତୁ । ବ୍ୟାଙ୍କିଙ୍ଗ ପାସୱାଡର଼୍ କାହାକୁ ଦିଅନ୍ତୁ ନାହିଁ କି ମୋବାଇଲ ଫୋନରେ ସେଭ୍ କରି ରଖନ୍ତୁ ନାହିଁ ।
କୈାଣସି ପ୍ରକାର ଅଜଣା ଲିଙ୍କ, ୟୁଆରଏଲ, କିମ୍ବା ଇମେଲରେ କ୍ଲିକ କରନ୍ତୁ ନାହିଁ । ଏହା ସହ ମୋବାଇଲ,କମ୍ପ୍ୟୁଟର,ଲାପଟପରେ ଅଦରକାରୀ ଆପ୍ କିମ୍ବା ସଫ୍ଟୱାର ଇନ୍ଷ୍ଟଲ କରନ୍ତୁ ନାହିଁ । ବିଦୁ୍ତ, ଫୋନ୍ ବିଲ୍ ଆଦି ପୈଠ କରିବା ଲାଗି ଅଜଣା କଲ୍ ମୋହରେ ପଡ଼ି ଠକେଇର ଶିକାର ହେବା ଠାରୁ ଦୂରେଇ ରୁହନ୍ତୁ ।




admin 