ମେ ୮ରୁ ଆରମ୍ଭ ହେବ ଓଜେଇଇ

ମେ ୮ରୁ ଆରମ୍ଭ ହେବ ଓଜେଇଇ

ଭୁବନେଶ୍ୱର,: ଆସନ୍ତା ମେ’ ୮ତାରିଖରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ । ଯାହା ମେ ମାସ ୧୨ ତାରିଖରେ ସରିବ ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ୍‌ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ଆସନ୍ତା ଏପ୍ରିଲ ୨୦ରେ ଆଡମିଟ କାର୍ଡ ମିଳିବ । ଯେଉଁଥିରେ ତାରିଖ, ସିଫ୍ଟ, ପରୀକ୍ଷା କେନ୍ଦ୍ର ବିଷୟରେ ସମସ୍ତ ସୂଚନା ମିଳିବ ।

ରାଜ୍ୟ ବାହାରେ ୩ଟି କେନ୍ଦ୍ର କୋଲକାତା, ରାଞ୍ଚି ଓ ପାଟଣାରେ ପରୀକ୍ଷା ହେବ । ଓଜେଇଇ ପରୀକ୍ଷା ଲିଖିତ ଭାବେ ନହୋଇ କମ୍ପ୍ୟୁଟର୍‌ ବେସ୍‌ଡ୍‌ ଟେଷ୍ଟ୍‌ ବା ସିବିଟି ମୋଡ୍‌ରେ ହେବ । ରାଜ୍ୟରେ ଥିବା ଉଭୟ ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ ବିଟେକ୍‌/ବିଆର୍କ/ବିପ୍ଲାନ୍‌/ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି/ଏମ୍‌ବିବିଏସ୍‌/ବିଡିଏସ୍‌/ବିଏଏମଏସ୍‌/ବିଏଚ୍‌ଏମ୍‌ଏସ୍‌ ପଢିବା ପାଇଁ ଛାତ୍ରଛାତ୍ରୀ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଆୟୋଜିତ ଜେଇଇ ମେନ୍‌, ନିଟ୍‌ ୟୁଜି ପରୀକ୍ଷା ଦେବେ । ସେହି ପରୀକ୍ଷାରେ ର‌୍ୟାଙ୍କ୍‌ ହାସଲ କରିବା ପରେ ଓଜେଇଇ କାଉନସେଲିଂ କରିବ ବୋଲି ପ୍ରଫେସର ଚାନ୍ଦ କହିଛନ୍ତି ।