ବଜେଟ: ମନରେଗା ପାଇଁ ୧ ହଜାର ୮ଶହ କୋଟି
ଭୁବନେଶ୍ୱର: ବିଧାନସଭାରେ ବଜେଟ୍ ଉପସ୍ଥାପନ କରିସାରିଛନ୍ତି ଅର୍ଥମନ୍ତ୍ରୀ । ୨ ଲକ୍ଷ ୩୦ ହଜାର କୋଟିର ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିଛନ୍ତି । ତେବେ ଚଳିତ ଆର୍ଥିକ ବଜେଟରେ ମନରେଗା ପାଇଁ ୧ ହଜାର ୮ଶହ କୋଟିର ବ୍ୟୟବରାଦ ହୋଇଛି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ଭାଗିଦାରୀ ଆଧାରରେ ଏହି ଟଙ୍କା ବ୍ୟୟବରାଦ କରାଯାଇଛି । ମାହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶହେ ଦିନର କାମକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି ଯୋଜନାର ଶ୍ରମ ଉପାଦାନ ବର୍ତ୍ତମାନ ପ୍ରତ୍ୟକ୍ଷ ଭାବେ ଡିବିଟି ଜରିଆରେ ଶ୍ରମଜୀବୀମାନଙ୍କୁ ସିଧାସଳଖ ପ୍ରଦାନ କରାଯାଉଛି । ତେଣୁ ଏଥିପାଇଁ ଏହି ଟଙ୍କାର ବ୍ୟୟବରାଦ କରାଯାଇଛି ।
ସେହିଭଳି କେନ୍ଦ୍ରୀୟ ସହାୟତା ପାଇବା ପର୍ୟ୍ୟନ୍ତ ଗ୍ରାମୀଣ ଜନସାଧାରଣଙ୍କୁ ଠିକ୍ ସମୟରେ ମଜୁରୀ ପୈଠକୁ ସୁନିଶ୍ଚିତ କରିବା ପାଇଁ ମଜୁରୀ ଉପାଦାନ ବାବଦକୁ ୧ ହଜାର କୋଟିର କର୍ପସ ପାଣ୍ଠିର ପ୍ରସ୍ତାବ ରଖାଯାଇଛି ।




admin 