ବିରୋଧୀଙ୍କ ପ୍ରଶ୍ନକୁ ଆଗ୍ରହ୍ୟ କରି ଦିଆଯାଉଛି: ମୋହନ ମାଝୀ
ଭୁବନେଶ୍ୱର: ବିଧାନସଭାରେ ବିଭିନ୍ନ ଅଞ୍ଚଳର ସମସ୍ୟା ଆଧାରିତ ପ୍ରଶ୍ନ ବିଧାୟକ ମାନେ ପଚାରିଥାନ୍ତି । ପ୍ରଶ୍ନ କାଳରେ ପ୍ରଶ୍ନ ପଚାରିବାର ଅଧିକାର ବିଧାୟକଙ୍କର ରହିଛି । କିନ୍ତୁ ଆମ ପ୍ରଶ୍ନକୁ ବାଚସ୍ପତି ଅଗ୍ରାହ୍ୟ କରିବା ଦୁର୍ଭାଗ୍ୟଜନକ । ଗତକାଲି ମୁକେଶ ମହାଲିଙ୍ଗ, ନାଉରୀ ନାଏକଙ୍କ ପ୍ରଶ୍ନକୁ ରିଜେକ୍ଟ କରାଗଲା। ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। କିନ୍ତୁ ପ୍ରଶ୍ନକୁ କାହିଁକି ଅଗ୍ରାହ୍ୟ କରାଗଲା ତାହାର କାରଣ କହିଲେନି ବୋଲି ସେ କହିଛନ୍ତି। ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନକୁ ଅଗ୍ରାହ୍ୟ କରିଦେବାକୁ ନେଇ ଗୃହରେ ଜୋରଦାର ହଟ୍ଟଗୋଳ କରିଛନ୍ତି ବିରୋଧୀ । ବାରମ୍ବାର ହୋ-ହଲ୍ଲା କାରଣରୁ ଗୃହକାର୍ୟ୍ୟକୁ ଦିନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି । ଯାହାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ।
ଆଜି ମଧ୍ୟ ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନକୁ ରିଜେକ୍ଟ କରାଯାଇଛି । ଯଦି ପ୍ରଶ୍ନକୁ ଅଗ୍ରାହ୍ୟ କଲେ ତେବେ ପ୍ରଶ୍ନପତ୍ର ପାଇବାର ୫ ଦିନ ମଧ୍ୟରେ ତାହାର କାରଣ ଦର୍ଶାଇବା କଥା । କିନ୍ତୁ ତାହା କରାଯାଇନାହିଁ । ଯାହା ଲାଗୁଛି ସରକାରଙ୍କର ଡର ରହୁଛି ଏବଂ ମନମୁଖୀ କାମ କରିବାକୁ ସେମାନେ ଏଭଳି ନିଷ୍ପତ୍ତି ନେଉଛନ୍ତି । ଗତକାଲି ବିରୋଧୀ ଦଳ ପ୍ରଶ୍ନ ପଚାରିନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମନମୁତାବକ ଉତ୍ତର ରଖିଥିଲେ । ମନ୍ତ୍ରୀ ବଡ ନା ସଚିବ ବଡ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଆସିଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇନଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ପ୍ରସଙ୍ଗରେ ମନମୁତାବକ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ । ସଚିବଙ୍କ ଜିଲ୍ଲାରୁ ଜିଲ୍ଲା ଗସ୍ତ ସମୟରେ ହୋଇଥିବା ଖର୍ଚ୍ଚ ବାବଦରେ ଜାଣିବାକୁ ଚାହୁଁଥିଲେ ମଧ୍ୟ କେବଳ ବିମାନ ଖର୍ଚ୍ଚ ବାବଦରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ ।ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସରକାର ଭୟଭୀତ ହୋଇ ପ୍ରଶ୍ନକାଳରେ ପ୍ରଶ୍ନ ଗ୍ରହଣ କରୁନାହାନ୍ତି ।