ରାଗିଙ୍ଗ ବିରୋଧରେ ଆହୁରି ସଶକ୍ତ ନିୟମ ଆଣିଲା ୟୁଜିସି

ଭୁବନେଶ୍ବର: ରାଗିଙ୍ଗ ବିରୋଧରେ ଆହୁରି ସଶକ୍ତ ନିୟମ ଆଣିଲା ୟୁଜିସି । ବାରମ୍ବାର ରାଗିଙ୍ଗ ଅଭିଯୋଗ ଆସିଲେ ଦାୟୀ ରହିବ କଲେଜ ଓ ବିଶ୍ଵବିଦ୍ୟାଳୟ । ୟୁଜିସି ସବୁବେଳେ ରାଗିଙ୍ଗକୁ ନେଇ ସକ୍ରିୟ ଅଛି । ରାଗିଙ୍ଗ ସମ୍ପର୍କରେ ଅଭିଯୋଗ ଆସିଲେ କଲେଜ କର୍ତ୍ତୃପକ୍ଷ ଆକ୍ସନ ନେବାକୁ ପଡ଼ିବ । କାରଣ ଏହା କଲେଜ ଭିତରେ ହେଉଛି। ସେମାନେ କାର୍ୟ୍ୟାନୁଷ୍ଠାନ ନେବାକୁ ଦାୟୀ ରହିବା ଉଚିତ। କାରଣ ସେମାନେ ହିଁ ପରିବର୍ତ୍ତନ ଆଣି ପାରିବେ। ନ ହେଲେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ କହିଛନ୍ତି।