ନୂଆ ସଂସଦ ଭବନକୁ ନେଇ ଏମିତି କହିଲେ ଜୟରାମ ରମେଶ
ନୂଆଦିଲ୍ଲୀ: ବର୍ଷୀୟାନ୍ କଂଗ୍ରେସ ନେତା ଜୟରାମ ରମେଶ ନୂଆ ସଂସଦ ଭବନକୁ ନେଇ ଦେଇଥିବା ବୟାନ ଚର୍ଚ୍ଚାର ବିଷୟ ହୋଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟକୁ ଭଲରୂପେ ସାକାର କରୁଥିବାରୁ ନୂଆ ସଂସଦ ଭବନକୁ ‘ମୋଦୀ ମଲ୍ଟିପ୍ଲେକ୍ସ୍’ ଅଥବା ‘ମୋଦୀ ମାରିଅଟ୍’ କୁହାଯିବା ଉଚିତ କହିଛନ୍ତି , ସେ ପୁରୁଣା ସଂସଦ ଭବନକୁ ଝୁରୁଛନ୍ତି ଓ ନୂଆ ସଂସଦ ଭବନ ତାଙ୍କୁ ଗୋଲକଧନ୍ଦା ପରି ଅଣାବଣା କରି ପକାଉଛି।
ଏ ସଂକ୍ରାନ୍ତରେ ‘ଏକ୍ସ’ କରି ସେ ଲେଖିଛନ୍ତି, ଏତେ ପ୍ରଚାର ଆଡ଼ମ୍ବର ସହକାରେ ଉଦ୍ଘାଟିତ ନୂଆ ସଂସଦ ଭବନ ପ୍ରକୃତରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଭଲରୂପେ ସାକାର କରିଛି। ଏହାକୁ ‘ମୋଦୀ ମଲ୍ଟିପ୍ଲେକ୍ସ୍’ ଅଥବା ‘ମୋଦୀ ମାରିଅଟ୍’ କୁହାଯିବା ଉଚିତ। ଚାରିଦିନ ପରେ ଯାହା ମୁଁ ଦେଖିଲି ତାହା ହେଉଛି, ୨ ସଦନ ଭିତରେ ଓ ‘ଲବି’ମାନଙ୍କରେ ଔପଚାରିକ ଆଳାପ ଓ ଆଲୋଚନାର ମୃତ୍ୟୁ। ଯଦି ସ୍ଥପତି ଗଣତନ୍ତ୍ରକୁ ହତ୍ୟା କରିପାରେ, ତା’ହେଲେ ସମ୍ବିଧାନ ପୁନଃଲିଖନ ନ କରି ମଧ୍ୟ ପ୍ରଧାନମନ୍ତ୍ରୀ ସଫଳତା ହାସଲ କରିଛନ୍ତି।




user2 