ଆଜି ଭୂମିହୀନଙ୍କୁ ପଟ୍ଟା ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଆଜି ଭୂମିହୀନଙ୍କୁ ପଟ୍ଟା ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ସୋମବାର ‌ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଜରିଆରେ ଭୂମିହୀନଙ୍କୁ ପ୍ରମାଣପତ୍ର ହସ୍ତାନ୍ତର କରିବେ । ରାଜ୍ୟର ୧୦୧୦ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯିବ । ଏନେଇ ପୂର୍ବରୁ ଡ୍ରୋନ ସର୍ଭେ କରାଯାଇଥିଲା । ମୋଟ ୬୮ ସହରର ୨ ଲକ୍ଷ ୫୪ ହଜାର ୫୨୦ ପରିବାର ଏଥିରେ ଉପକୃତ ହେବେ । ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୩୬୪ ବସ୍ତିର ୫୧ ହଜାର ପରିବାର ଏହି ସୁବିଧା ପାଇବେ । ଅନ୍ୟ ମହାନଗର ନିଗମ ଓ ସହରାଞ୍ଚଳରେ ମଧ୍ୟ ଏହି ସେବା ଯେଗାଇ ଦିଆଯିବ ।

କଳିଙ୍ଗ ଷ୍ଟାଡିୟମରେ ପୂର୍ବାହ୍ଣ ୧୧ଟାରେ ଏହି ଲୋକାର୍ପଣ କାର୍ୟ୍ୟକ୍ରମ ହେବ । କଳିଙ୍ଗ ଷ୍ଟାଡିୟମରେ ପ୍ରାୟ ୪୫୦୦ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ବିଏମ୍‌ସି ଅଧିନରେ ଥିବା ବାକି ୪୬ ହଜାର ବସ୍ତିବାସିନ୍ଦାଙ୍କ ପାଇଁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପଟ୍ଟାବଣ୍ଟନ କରାଯିବ । ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ବରମୁଣ୍ଡା ପଡିଆରେ କାର୍ୟ୍ୟକ୍ରମ ହୋଇଛି । ସେହିପରି ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଲକ୍ଷ୍ମୀ ସାଗର ମେଲଣ ପଡିଆ, ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ଜନତା ମଇଦାନରେ କାର୍ୟ୍ୟକ୍ରମ ହେବ । ଏଥିରେ ସ୍ଥାନୀୟ ବିଧାୟକ, ମେୟର ଓ କର୍ପୋରେଟର ବସ୍ତି ବାସିନ୍ଦାଙ୍କୁ ପଟ୍ଟା ବାଣ୍ଟିବେ ।