ବିଶ୍ବର ସବୁଠୁ ଦାମୀ ‘ନେଲ୍ ପଲିସ୍’
ନୂଆଦିଲ୍ଲୀ : ବିଶ୍ବର ସବୁଠୁ ବ୍ୟୟବହୁଳ ‘ନେଲ୍ ପଲିସ୍’ର ମୂଲ୍ୟ ୩ଟି ମର୍ସିଡିଜ୍ କାର୍ର ମୂଲ୍ୟଠାରୁ ଅଧିକ ଅର୍ଥାତ୍ ୧ କୋଟି ଟଙ୍କାରୁ ବେଶୀ। ଲସ୍ ଏଞ୍ଜେଲ୍ସ୍ର ଡିଜାଇନର୍ ଏଜେଚର୍ ପଗୋସିଆନ୍ ନାମରେ ଜଣେ ଡିଜାଇନର୍ଙ୍କଦ୍ବାରା ପ୍ରସ୍ତୁତ ବିଶ୍ବର ସବୁଠୁ ବ୍ୟୟବହୁଳ ବୋଲି କୁହାଯାଉଥିବା ଏହି ‘ନେଲ୍ ପଲିସ୍’ର ନାଁ ହେଉଛି ଏଜେଚର୍। ବିଳାସମୟ ସାମଗ୍ରୀ ପାଇଁ ପଗୋସିଆନ୍ ସମଗ୍ର ବିଶ୍ବରେ ସୁପରିଚିତ।
କଳାହୀରା ହେଉଛି ସବୁଠୁ ସୁନ୍ଦର ରତ୍ନ। ଏହା ଠିକ୍ ଗହଣା ପରି ଚମତ୍କାର। ଦୂରରୁ ଏହି ‘ନେଲ୍ ପଲିସ୍’ ସାଧାରଣ ‘ନେଲ୍ ପଲିସ୍’ ପରି ଦେଖାଯାଉଥିଲେ ବି ପାଖକୁ ଆସି ଦେଖିଲେ ଜଣାପଡ଼ିବ ଏଥିର ଲୁଚି ରହିଛି ୨୬୭ କ୍ୟାରେଟ୍ ‘କଳା ହୀରା’ ଯାହାର ମୂଲ୍ୟ ୧,୬୩,୬୬,୦୦୦ ଟଙ୍କା। ୧୪.୭ ମିଲିମିଟର୍ବିଶିଷ୍ଟ ଏହି ବିଳାସମୟ ‘ନେଲ୍ ପଲିସ୍’ରେ ମିଶିଛି ଖଣ୍ଡେ କଳାହୀରା।
ଗୋଟିଏ ଶିଶି ‘ନେଲ୍ ପଲିସ୍’ର ମୂଲ୍ୟ ହେଉଛି ୧,୫୯,୮୩,୭୫୦ ଟଙ୍କା। ଏତିକି ଅର୍ଥ ବିନିମୟରେ ୩ଟି ‘ମର୍ସିଡିଜ୍-ବେଞ୍ଜ୍ ଜିଏଲ୍ଏ’ କାର୍ କିଣାଯାଇ ପାରିବ। ଏହି କାର୍ ଗୋଟିକର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା। ଏ ପର୍ଯ୍ୟନ୍ତ ମାତ୍ର ୨୫ଜଣ ଲୋକ ଏହି ‘ବ୍ଲାକ୍ ଡାଇମଣ୍ଡ୍’ ବା ‘କଳାହୀରା’ ମିଶ୍ରିତ ‘ନେଲ୍ ପଲିସ୍’ କିଣିଛନ୍ତି।




admin 