ବଡ଼ଭାଇକୁ ହତ୍ୟା କଲା ସାନ

ବଡ଼ଭାଇକୁ ହତ୍ୟା କଲା ସାନ

କଳାହାଣ୍ଡି : ନିଜ ବଡ଼ ଭାଇକୁ ମାରିବାକୁ ପଛାଇଲାନି ସାନ ଭାଇ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ଥାନା ବିବିସିପଡ଼ାରୁ ଆସିଛି ଏପରି ଅଭାବନୀୟ ଘଟଣା ।
 ରବିବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ଦୁଇ ଭାଇ ମଧ୍ୟ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସାନ ଭାଇ ମହେନ୍ଦ୍ର ବାଗ୍‌ ପାଖରେ ଥିବା ଏକ ପେଚ୍‌କସ୍‌କୁ ନେଇ ବଡ଼ଭାଇ ଗଣେଷ ବାଗ୍‌ଙ୍କ ଛାତି ଏବଂ ପେଟକୁ ଆକ୍ରମଣ କରିବାରେ ଲାଗିଥିଲା । ଯାହାଫଳରେ ଗଣେଷ ବାଗ୍‌ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସେପଟେ ହତ୍ୟା ପରେ ସୋମବାର ଦିନ ସକାଳୁ ମହେନ୍ଦ୍ର ବାଗ୍‌ ଭବାନୀପାଟଣା ଟାଉନ ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ପୋଲିସ ବି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।