ବିଶ୍ବର ତୃତୀୟ ଅର୍ଥଶକ୍ତି ହେବ ଭାରତ: ମୋଦୀ
ଭୁବନେଶ୍ୱର: ୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ। ବିଶ୍ୱର ତୃତୀୟ ଆର୍ଥ ଶକ୍ତି ଭାବେ ଉଭା ହେବ । ପ୍ରକୃତରେ ନୂଆ ଭାରତ ଚମତ୍କାର କରୁଛି। ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଆଜି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ପାଇଁ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିବା ଅବସରରେ ସେ ଏହା କହିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ୪୬ ଟି ସ୍ଥାନରେ ଆୟୋଜିତ ନିଯୁକ୍ତି ମେଳାରେ ଉପସ୍ଥିତ ଯୁବକ ଯୁବତୀଙ୍କୁ ସମ୍ବୋଧନ କରିଛନ୍ତି । ଏହି କ୍ରମରେ ମୋଦୀ କହିଛନ୍ତି ଯେ, ‘ନିଯୁକ୍ତି ପତ୍ର ବିତରଣ କରିବା ସହ ମୋଦୀ କହିଛନ୍ତି, ଅନେକ ଦିନର କଠିନ ପରିଶ୍ରମ ପରେ ସଫଳତା ପାଇଥିବାରୁ ନବନିଯୁକ୍ତଙ୍କୁ ଅନେକ ଶୁଭେଚ୍ଛା । ଆଗକୁ ନିଜ କାର୍ୟ୍ୟ ମାଧ୍ୟମରେ ଦେଶବାସୀଙ୍କୁ ସେବା ଯୋଗାଇବାକୁ କହିଛନ୍ତି ମୋଦୀ ।