ମୋଦିଙ୍କୁ ମିଳିଲା ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ‘ଲିଜନ୍ ଅଫ୍ ଅନର’ରେ ସମ୍ମାନିତ ହୋଇଛନ୍ତି। ଏହା ହେଉଛି ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ। ମୋଦି ଏହି ସମ୍ମାନ ପାଇଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଲିଜନ୍ ଅଫ୍ ଅନର ଦୁନିଆର ପ୍ରମୁଖ ନେତା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦିଆଯାଇଥାଏ। ଏଥିରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ୍ ମଣ୍ଡେଲା, ଓ୍ବେଲର ତତ୍କାଳୀନ ରାଜକୁମାର କିଙ୍ଗସ୍ ଚାର୍ଲସ୍,ଜର୍ମାନୀର ପୂର୍ବତନ ଚାନସେଲର ଆଞ୍ଜେଲା ମର୍କେଲ, ଜାତିସଂଘର ପୂର୍ବତନ ମହାସଚବି ବୃଟ୍ରୋସ-ଘାଲିଙ୍କ ସହିତ ଅନ୍ୟମାନେ ରହିଛନ୍ତି।
ଫ୍ରାନ୍ସ ଦ୍ବାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦିଆଯାଇଥିବା ଏହି ସମ୍ମାନ ତାଙ୍କୁ ବିଭିନ୍ନ ଦେଶ ଦ୍ବାରା ଦିଆଯାଇଥିବା ଶୀର୍ଷ ଅନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନର ତାଲିକାରେ ରହିଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୁନ୍ ୨୦୨୩ ରେ ଇଜିପ୍ଟ ଦ୍ବାରା ଅର୍ଡର ଅଫ୍ ଦ ନାଇଲ, ମଇ ୨୦୨୩ ରେ ପାନୁଆ ନ୍ୟୁ ଗିନି୍ ଦ୍ବାରା କମ୍ପୋନିଅନ୍ ଅଫ୍ ଦ ଅର୍ଡର ଅଫ୍ ଦ ନାଇଲ, ମଇ ୨୦୨୩ ରେ ପାପୁଆ ନ୍ୟୁ ଗିନ୍ନି ଦ୍ବାରା କମ୍ପୋନିୟନ୍ ଅଫ ଦ ଅର୍ଡର ଅଫ୍ ଲୋଗୋହୁ, ମଇ ୨୦୨୩ ରେ କମ୍ପୋନିୟନ୍ ଅଫ୍ ଦ ଅର୍ଡର ଅଫ୍ ଫିଜି, ମଇ ୨୦୨୩ ରେ ପଲାଉ ଗଣରାଜ୍ୟ ଦ୍ବାରା ଏବାକଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ସେଭଳି ୨୦୨୧ରେ ଭୁଟାନ ପକ୍ଷରୁ ଡ୍ୟୁକ୍ ଗ୍ୟାଲପୋ, ୨୦୨୦ ରେ ଆମେରିକା ସରକାରଙ୍କ ଦ୍ବାରା ଲିଜନ୍ ଅଫ୍ ମେରିଟ୍, ୨୦୧୯ ରେ ବହରିନ୍ ପକ୍ଷରୁ କିଙ୍ଗ ହମାଦ ଅର୍ଡର ଅଫ୍ ଦ ରେନେସା, ୨୦୧୯ ରେ ମାଲଦ୍ବୀପ ପକ୍ଷରୁ ଅର୍ଡର ଅଫ୍ ଦ ଡିନଷ୍ଟିଗୁଇସଡ୍ ରୁଲ୍ ଅଫ୍ ନିଶାନ୍ ଇଜୁଦ୍ଧିନ୍ , ଋଷ ପକ୍ଷରୁ ଅର୍ଡର ଅଫ୍ ସେଣ୍ଟ ଆଣ୍ଡ୍ରୁ ପୁରସ୍କାର, ୨୦୧୯ ରେ ୟୁଏଇ ଦ୍ବାରା ଅର୍ଡର ଅଫ୍ ଜାଏଦ୍ ଆଓ୍ବାର୍ଡ, ୨୦୧୮ ରେ ଗ୍ରାଣ୍ଡ କଲର ଅଫ୍ ଦ ଷ୍ଟେଟ୍ ଅଫ୍ ପାଲେଷ୍ଟାଇନ୍ ଆଓ୍ବାର୍ଡ, ୨୦୧୬ ରେ ଅଫଗାନିସ୍ତାନ ଦ୍ବାରା ଷ୍ଟେଟ୍ ଅର୍ଡର ଅଫ୍ ଗାଜି ଅମିର ଅମାନୁତୁଲ୍ଲା ଖାନ୍ ଓ ୨୦୧୬ ରେ ସାଉଦି ଅରବ ଦ୍ବାରା ଅର୍ଡର ଅଫ୍ ଅବଦୁଲଅଜିଜ ଅଲ୍ ସଉଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁରସ୍କୃତ କରାଯାଇଥିଲା।