ସ୍ମାର୍ଟଫୋନକୁ ବାଏ ବାଏ ! ହାତରେ ଚାଲିବ ଫୋନ୍
ବାର୍ସିଲୋନା: ଆଗାମୀ ଦିନରେ ଆଉ ସ୍ମାର୍ଟଫୋନର ଆବଶ୍ୟକତା ରହିବ ନାହିଁ। ବାର୍ସିଲୋନା ମୋବାଇଲ ୱାର୍ଲ୍ଡ କଂଗ୍ରେସ ୨୦୨୪ ଟେକ ଶୋ’ରେ ଏଆଇ ଫିଚର ଥିବା ଉତ୍ପାଦ ଉପରେ ଗୁରୁତ୍ବାରୋପ କରାଯାଇଛି। ହ୍ୟୁମାନ କମ୍ପାନୀ ପକ୍ଷରୁ ଅଣାଯାଇଥିବା ନୂଆ ଜ୍ଞାନକୌଶଳ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଜ୍ଞାନକୌଶଳ ଦ୍ବାରା ଏଣିକି ଆଉ ସ୍ମାର୍ଟଫୋନର ଆବଶ୍ୟକତା ପଡ଼ିବ ନାହିଁ। ସ୍ମାର୍ଟଫୋନ ବଜାରରୁ ଅଦୃଶ୍ୟ ହୋଇଯିବ।
କମ୍ପାନୀ ଏକ ଏଆଇ ପିନ ବିକଶିତ କରିଛି। ଏହା ଦ୍ବାରା ବ୍ୟବହାରକାରୀ ନିଜ ହାତରେ ସ୍ମାର୍ଟଫୋନ ଚଳାଇ ପାରିବେ। କମ୍ପାନୀ ଏନେଇ ଏକ ପ୍ରୋଜେକ୍ଟ ଟେକ୍ନୋଲୋଜି ବ୍ୟବହାର କରୁଛି। ଏହା ୟୁଜରଙ୍କ ସହିତ କଥାବାର୍ତ୍ତା କରିବ। ଫଟୋ ଉଠାଇପାରିବ। ଏହା ସହିତ ଅନ୍ୟ କେତେକ କାମ ମଧ୍ୟ ସହଜରେ କରିପାରିବ।
ହ୍ୟୁମାନ ଏଆଇପିନ ଏକ କମ୍ପାକ୍ଟ ପାୱାର ହାଉସ ଭାବେ କାର୍ଯ୍ୟ କରିବ। ଏହାକୁ ୟୁଜର ନିଜ ସାର୍ଟରେ ମଧ୍ୟ ଲଗାଇ ପାରିବେ।
ଏହା ଇନଷ୍ଟଲେସନ ଡିଭାଇସ ଭାବେ କାର୍ଯ୍ୟ କରିବାକୁ ସକ୍ଷମ। ଏହାର ବ୍ୟାଟେରି ଲାଇଫ ୪ରୁ ୫ ଘଣ୍ଟା ରହିଛି। ତେବେ ଏହି ଫୋନ ଭାରତକୁ କେବେ ଆସିବ ସେ ସମ୍ପର୍କରେ କିଛି ଘୋଷଣା କରାଯାଇ ନାହିଁ। ଏଆଇ ପିନ ଆମେରିକା ବଜାରରେ ଉପଲବ୍ଧ ହେଉଥିବାବେଳେ ଏହାର ଶିପିଂ ଏପ୍ରିଲରୁ ଆରମ୍ଭ ହେବାର ସମ୍ଭାବନା ରହିଛି ।ଏହାଦ୍ବାରା ଲେଜର ପ୍ରୋଜେକସନ କଲେ ଏହାର ବ୍ୟାଟେରି ଶୀଘ୍ର ଶେଷ ହୋଇଯିବ ବୋଲି ହ୍ୟୁମାନ କମ୍ପାନୀ ପକ୍ଷରୁ କୁହାଯାଇଛି।




admin 