ବିବାହ ବନ୍ଧନରେ ବାନ୍ଧି ହେଲେ ଆଦିତି-ସିଦ୍ଧାର୍ଥ
ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତ୍ରୀ ଆଦିତି ରାଓ ହାଇଦରୀ ଏବଂ ଅଭିନେତା ସିଦ୍ଧାର୍ଥ। କିଛି ବର୍ଷ ହେବ ଦୁହେଁ ପରସ୍ପରରୁ ଡେଟ୍ କରୁଥିବା ବେଳେ ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଖବର ଅନୁଯାୟୀ, ଦୁହେଁ ତେଲେଙ୍ଗାନାର ରଙ୍ଗନାଥ ସ୍ବାମୀ ମନ୍ଦିରରେ ବିବାହ କରିଛନ୍ତି । ଆଦିତି ଏବଂ ସିଦ୍ଧାର୍ଥଙ୍କ ବିବାହରେ କେବଳ ସେମାନଙ୍କ ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟମାନେ ଅଂଶଗ୍ରହଣ କରିଥିଲେ।
ତେବେ ଦେଖିବାକୁ ଗଲେ ଉଭୟ ଆଦିତି ଓ ସିଦ୍ଧାର୍ଥ ପୂର୍ବରୁ ବିବାହିତ ଥିଲେ। ଏହା ସେମାନଙ୍କ ଦ୍ବିତୀୟ ବିବାହ। ଆଦିତି ଏହା ପୂର୍ବରୁ ଅଭିନେତା ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଥିଲେ। ହେଲେ ପରେ ଦୁହିଁଙ୍କ ଛାଡ଼ପତ୍ର ହୋଇଥିଲା। ସେହିଭଳି ସିଦ୍ଧାର୍ଥ ମେଘନା ନାରାୟଣଙ୍କୁ ୨୦୦୩ରେ ବିବାହ କରିଥିଲେ। ହେଲେ ୨୦୦୭ରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।
ଦୁହେଁ ଏପର୍ଯ୍ୟନ୍ତ ବିବାହ କରିଥିବା ନେଇ କୌଣସି ଅଧିକାରୀକ ଘୋଷଣା କରିନଥିବା ବେଳେ ଜାତୀୟ ଗଣମାଧ୍ୟମରେ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।




admin 