ମଣିପୁରରେ ୩୦ ଯାଏଁ ବନ୍ଦ ରହିବ ଇଣ୍ଟରନେଟ୍ ସେବା
ନୂଆଦିଲ୍ଲୀ: ମଣିପୁରରେ ହିଂସା ଲଗାତାର ଜାରି ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ମଣିପୁର ସିଏମ ଏନ ବିରେନ ସିଂ ରବିବାର ଅର୍ଥାତ୍ ୨୫ ଜୁନ୍ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏଥିସହ ରାଜ୍ୟରେ ହିଂସା ଘଟଣା ପରେ ମଣିପୁରରେ ଜୁନ୍ ୩୦ ପର୍ୟ୍ୟନ୍ତ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ସରକାରଙ୍କ ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ମଣିପୁରରେ ଜୁନ୍ ୩୦ ତାରିଖ ଅପରାହ୍ନ ୩ ଟା ପର୍ୟ୍ୟନ୍ତ ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ରହିଛି । କାରଣ ରାଜ୍ୟରେ ଲଗାତାର ଅଶାନ୍ତ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଅମିତ ଶାହାଙ୍କୁ ଭେଟିବା ପରେ ସିଏମ ଏନ ବିରେନ ସିଂ ମଣିପୁରର ପରିବର୍ତ୍ତନ ପରିସ୍ଥିତି ସମ୍ପର୍କରେ କହିଥିଲେ ଏବଂ ହିଂସାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ତଥା କେନ୍ଦ୍ର ସରକାର ବହୁ ପରିମାଣରେ ସଫଳ ହୋଇଛନ୍ତି।
ମଣିପୁର ସିଏମ ଏନ ବିରେନ ସିଂ ରବିବାର ସକାଳେ ଇମ୍ଫାଲରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚି ଅମିତ ଶାହାଙ୍କୁ ତାଙ୍କ ବାସଭବନରେ ଭେଟିବାକୁ ଯାଇଥିଲେ। ମଣିପୁରର ସାମ୍ପ୍ରତିକ ପରିସ୍ଥିତି ଏବଂ ସେଠାରେ ସ୍ୱାଭାବିକତା ଫେରାଇବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି। ଗୋଟିଏ ଦିନ ପୂର୍ବରୁ ମଣିପୁରର ପରିସ୍ଥିତି ସମ୍ପର୍କରେ ଗୃହମନ୍ତ୍ରୀ ଏକ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରିଥିଲେ। ତିନି ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ୧୮ଟି ରାଜନୈତିକ ଦଳ, ଉତ୍ତର ପୂର୍ବର ଚାରିଜଣ ସାଂସଦ ଏବଂ ଏହି ଅଞ୍ଚଳର ଦୁଇଜଣ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ।




admin 