ଏନ୍‌ସିପି ବିଦ୍ରୋହ ପରେ, ପୋଷ୍ଟର୍‌ରେ ଶରଦ ‘ବାହୁବଳୀ’

ଏନ୍‌ସିପି ବିଦ୍ରୋହ ପରେ, ପୋଷ୍ଟର୍‌ରେ ଶରଦ ‘ବାହୁବଳୀ’

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସରେ ବିଦ୍ରୋହ ପରେ ଏବେ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ପୋଷ୍ଟର୍‌ ୱାର୍‌। ଏଥିରେ ଶରଦ ପାୱାରଙ୍କୁ ବାହୁବଳୀ ଭାବେ ଦର୍ଶାଯାଇଛି। ଏନସିପି ଭର୍ସେସ ଏନସିପି ଯୁଦ୍ଧ ଏବେ ଦିଲ୍ଲୀ ପର୍ୟ୍ୟନ୍ତ ପହଞ୍ଚିଯାଇଛି। ଶରଦ ପାଓ୍ବାର ମହାରାଷ୍ଟ୍ରରୁ ଯାଇ ଦିଲ୍ଲୀ ପହଞ୍ଚିଯାଇଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏନସିପିର ଜାତୀୟ କାର୍ୟ୍ୟନିର୍ବାହୀ ବୈଠକରେ ଶରଦ ପାୱାର ଯୋଗଦେବେ। ଅଜିତ ପାୱାରଙ୍କ ଦଳରେ ବିଦ୍ରୋହ ପରେଏବେ ପୋଷ୍ଟର ଓ୍ବାର ଆରମ୍ଭ ହୋଇଛି। ଦିଲ୍ଲୀରେ ଅନୁଷ୍ଠିତ ଏନସିପି ବୈଠକ ପୂର୍ବରୁ ଅଜିତ ପାୱାରଙ୍କ ବିରୋଧରେ ପୋଷ୍ଟର ଲଗାଯାଇଛି।
ଏନସିପି ବୈଠକ ପୂର୍ବରୁ ଦିଲ୍ଲୀରେ ବାହୁବଳୀର ପୋଷ୍ଟର ଲଗାଯାଇଛି। ବାହୁବଳୀ ଚଳଚ୍ଚିତ୍ରରୁ ଏହି ପୋଷ୍ଟର ନିଆଯାଇଛି ଯେଉଁଥିରେ କଟ୍ଟାପା ବାହୁବଳୀଙ୍କୁ ପଛରୁ ଆକ୍ରମଣ କରୁଥିବା ଦେଖାଯାଇଥିଲା। ପୋଷ୍ଟରରେ ଅଜିତ ପାୱାରଙ୍କୁ କଟାପ୍ପା ବୋଲି କୁହାଯାଉଥିବାବେଳେ ମାମୁଁ ଶରଦ ପାୱାରଙ୍କୁ ବାହୁବଳୀ ବୋଲି ବର୍ଣ୍ଣନା କରାଯାଇଛି। ବିଶ୍ୱାସଘାତକ ବୋଲି ମଧ୍ୟ ପୋଷ୍ଟରରେ ଲେଖାଯାଇଛ।