ବନ୍ଦେ ଭାରତ ଟ୍ରେନ୍‌ରେ ହ୍ରାସ ହୋଇପାରେ ଟିକେଟ୍‌ ମୂଲ୍ୟ, ଜାଣନ୍ତୁ କାରଣ

ବନ୍ଦେ ଭାରତ ଟ୍ରେନ୍‌ରେ ହ୍ରାସ ହୋଇପାରେ ଟିକେଟ୍‌ ମୂଲ୍ୟ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ବନ୍ଦେ ଭାରତ ଟ୍ରେନ୍‌ରେ ଯାତ୍ରା କରିବା ଲାଗି କମିପାରେ ଟିକେଟ୍‌ର ମୂଲ୍ୟ। ତେବେ ଏଥିଲାଗି ଏହି କାରଣକୁ ନେଇ ହେଉଛି ଚର୍ଚ୍ଚା। ଭାରତୀୟ ରେଳବାଇ କମ୍ଯାତ୍ରୀ ହେଉଥିବା କେତେକ ସ୍ବଳ୍ପ ଦୂରଗାମୀ ବନ୍ଦେ ଭାରତ ଟ୍ରେନ୍ ଟିକେଟ୍ମୂଲ୍ୟ ହ୍ରାସ କରିପାରେ ।ରେଳବାଇ ଉକ୍ତ ଟ୍ରେନ୍ଗୁଡ଼ିକର ଯାତ୍ରୀଭଡ଼ା ସମୀକ୍ଷା କରିବା ସହିତ ଯାତ୍ରୀମାନଙ୍କୁ ସୁହାଇବା ଭଳି ଭଡ଼ା ଧାର୍ୟ୍ୟ କରିବାକୁ ବିଚାର କରୁଛି। ଇନ୍ଦୋର-ଭୋପାଳ, ଭୋପାଳ-ଜବଲପୁର ନାଗପୁର-ବିଳାସପୁର ଏକ୍ସପ୍ରେସ୍ଭଳି େତେକ ବନ୍ଦେ ଭାରତ ଟ୍ରେନ୍ଏହି ବର୍ଗରେ ପଡୁଛନ୍ତି।
ସୂଚନାଯୋଗ୍ୟ, ଭୋପାଳ-ଜବଲପୁର ବନ୍ଦେ ଭାରତ ସର୍ଭିସ୍ରେ ୨୯% ଯାତ୍ରୀ ହେଉଥିବା ବେଳେ ଇନ୍ଦୋର୍‌-ଭୋପାଳ ବନ୍ଦେ ଭାରତ ଏକ୍ସପ୍ରେସ୍ରେ ମାତ୍ର ୨୧% ଯାତ୍ରୀ ହେଉଛନ୍ତି। ଏଥିରେ ଭଡ଼ା ବାବଦକୁଏସି ଚେୟାର୍କାର୍‌’ ଟିକେଟ୍ ମୂଲ୍ୟ ୯୫୦ ଟଙ୍କା ଏବଂଏକ୍ଜିକ୍ୟୁଟିଭ୍ଚେୟାର୍କାର୍ଟିକେଟର ମୂଲ୍ୟ ,୫୨୫ ଟଙ୍କା ପଡୁଛି।

ରେଳବାଇର ସମୀକ୍ଷା ପରେ ଏହି ସବୁ ବନ୍ଦେ ଭାରତ ସର୍ଭିସ୍ ଯାତ୍ରୀଭଡ଼ା ଉଲ୍ଲେଖନୀୟ ଭାବେ ହ୍ରାସ ପାଇପାରେ। ଏହିସବୁ ଟ୍ରେନ୍ରେ ଯାତ୍ରା କରିବା ଲାଗି ଅଧିକ ଯାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି ଟିକେଟ୍ଦର ହ୍ରାସ ଯୋଜନା କରାଯାଉଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଏହାଛଡ଼ା, ନାଗପୁର-ବିଳାସପୁର ବନ୍ଦେ ଭାରତ ଏକ୍ସ୍ପ୍ରେସ୍ ଯାତ୍ରୀ ଭଡ଼ା ମଧ୍ୟ ସମୀକ୍ଷା କରାଯାଉଛି। ଏଥିରେ ହାରାହାରି ୫୫% ଯାତ୍ରୀ ହେଉଛନ୍ତି। ଟିକେଟ୍ମୂଲ୍ୟ ହ୍ରାସ ହେଲେ ଏଥିରେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବ ୋଲି ଆଶା କରାଯାଉଛି।