ଆଜି ଚିଲିକା ବୁଲିବେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍

ଆଜି ଚିଲିକା ବୁଲିବେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍

ଭୁବନେଶ୍ଵର, : ଶନିବାର ଚିଲିକା ବୁଲିବେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍। ଗତକାଲି ମୁଣ୍ଡଳୀରୁ ବିରୂପା ପର୍ୟ୍ୟନ୍ତ ମହାନଦୀରେ ଜଳ ସ୍ଥିତି ପରଖିଥିଲେ। ଡେଲଟା ଅଞ୍ଚଳରେ ଜଳ ଆବଶ୍ୟକତା ନେଇ ରାଜ୍ୟ ସରକାର ପ୍ରେଜେଣ୍ଟେସନ୍ ଦେଇଥିଲେ।

ସୂଚନାନୁଯାୟୀ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମିର୍ଜାପୁରଠାରୁ ମୋଟର ବୋଟ୍ ରେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍ ଚିଲିକା ମୁହାଁଣ ଯିବେ । ଶୁକ୍ରବାର କଟକରେ ପହଞ୍ଚି ଟ୍ରିବ୍ୟୁନାଲ ଟିମ୍ ପ୍ରଥମେ ମୁଣ୍ଡଳୀ ବ୍ୟାରେଜ ପରିଦର୍ଶନ କରିଥିଲେ। ମୁଣ୍ଡୁଳି ବ୍ରିଜର ଜଳ ଧାରଣ କ୍ଷମତା ଓ ଗଚ୍ଛିତ ଥିବା ଜଳ ରାଶି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏହାପରେ ସାପୁଆ କେନାଲରେ ପହଞ୍ଚି ସ୍ଥିତି ପରଖିବା ପରେ କାଠଯୋଡ଼ି ନଦୀର ଉତ୍ପତ୍ତି ସ୍ଥଳ ନରାଜ ବ୍ୟାରେଜ ଦେଖିଥିଲେ। ଏହାପରେ ଟିମ୍ ଗଡଗଡିଆ ଓ ପରେ ଯୋବ୍ରା ଆନିକଟ ଓ ବିରୂପା ବ୍ୟାରେଜ୍ ଗସ୍ତ କରି ମହାନଦୀ ଜଳର ସ୍ଥିତି ଅନୁଧ୍ୟାନ କରିଥିଲେ। ମହାନଦୀ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ଏଏମ ଖାନୱିଲକରଙ୍କ ନେତୃତ୍ୱରେ ଆସିଥିବା ଟିମ୍ ମହାନଦୀର ବିଭିନ୍ନ ଶାଖା ନଦୀ ବୁଲି ସ୍ଥିତିର ଅନୁଧ୍ୟାନ କରିଛନ୍ତି। କଟକ ଜିଲ୍ଲାପାଳ, ଜଳ ସମ୍ପଦ ବିଭାଗ ଅଧିକାରୀ ଏଥିରେ ସାମିଲ ଥିଲେ।