ବହୁ ପୁରାତନ ଶିବଲିଙ୍ଗ
ଶିବଲିଙ୍ଗ ପଛରେ ବି ଲୁଚି ରହିଛି ବିଜ୍ଞାନ । ଦୁନିଆରେ ଅଛି ଅନେକ ପ୍ରକାର ଶିବଲିଙ୍ଗ । ଏହାର ପ୍ରକୃତି, ଆକୃତି, ନାମ ପରସ୍ପର ଠାରୁ ଅଲଗା । ଆମେ ସମସ୍ତେ ଭଗବାନ ଶିବଙ୍କୁ ପୂଜା କରିଥାଉ । ଶିବଲିଙ୍ଗ ଉପରେ ଜଳ ମଧ୍ୟ ଚଢାଉ । ଯେମିତି ପ୍ରଭୁ ଆମ ଇଛା ପୂର୍ଣ୍ଣ କରିବେ । ଭଗବାନ ଶିବ ପବିତ୍ରର ପ୍ରତୀକ । ଏହା ବିଭିନ୍ନ ପ୍ରକାରର ଓ ଆକୃତିର ହୋଇଥାଏ । ଶିବଲିଙ୍ଗର ଉପର ଭାଗରୁ ତଳଭାଗ ପର୍ଯ୍ୟନ୍ତ ସବୁ ଭାଗର ଅର୍ଥ ଅଲଗା ଅଲଗା ହୋଇଥାଏ । ଶିବଲିଙ୍ଗରେ ରହିଛି ତିନୋଟି ଭାଗ । ପ୍ରଥମ ଭାଗ ଯାହାକି ପୂରା ତଳଭାଗ ଭୂମିରେ ରହିଥାଏ । ମଧ୍ୟ ଭାଗରେ ସବୁଦିଗରୁ ସମାନ ଆକାରରେ ହୋଇଥାଏ । ଶେଷରେ ଶୀର୍ଷ ଭାଗ ଯାହାକି ଅଣ୍ଡାକାର ହୋଇଥାଏ । ଯାହାର ପୂଜା ହୁଏ । ଯାହା ଉପରେ ବେଲପତ୍ର, ଫୁଲ, କ୍ଷୀର, ଚନ୍ଦନ ଓ ଜଳ ଅର୍ପଣ ହୁଏ । ଏହି ଶିବଲିଙ୍ଗର ଉଚ୍ଚତା ସମ୍ପୂର୍ଣ୍ଣ ମଣ୍ଡଳ ବା ପରୀଧିର ଏକ ତୃତୀୟାଂଶ ହୋଇଥାଏ । ଏହି ୩ ଭାଗରେ ବ୍ରହ୍ମା ତଳଭାଗରେ ମଧ୍ୟ ଭାଗରେ ବିଷ୍ଣୁ ,ଶୀର୍ଷରେ ଶିବଙ୍କ ଉପସ୍ଥିତି ଅଛି ବୋଲି ବିଶ୍ୱାସ ଅଛି । ଶୀର୍ଷ ଉପରେ ଜଳ ଅର୍ପଣ କରାଯାଏ । ଯାହା ତଳ ଭାଗରେ ହୋଇଥିବା ମାର୍ଗରେ ଅତିକ୍ରମ କରେ । ଶିବଙ୍କ ମଥାରେ ତିନୋଟି ରେଖା ମାତେ ତ୍ରିପୁଣ୍ଡ ଓ ଗୋଟିଏ ବିନ୍ଦୁ ଅଛି । ଏହା ସମାନ ଭାବରେ ଅଙ୍କା ଯାଇଥାଏ । ସମସ୍ତ ଶିବ ମନ୍ଦିରରେ ଗର୍ଭଗୃହରେ ଗୋଲାକାର ଆଧାର ଭିତରେ ଅଣ୍ଡାକାର ଶିବଲିଙ୍ଗ ରହିଥାଏ । ପ୍ରାଚୀନ ଋଷିମାନଙ୍କ ଦ୍ୱାରା ବ୍ରହ୍ମାଣ୍ଡର ବୈଜ୍ଞାନିକ ରହସ୍ୟକୁ ବୁଝି ଏହାର ସତ୍ୟତା ପ୍ରକଟ କରିବା ପାଇଁ ସ୍ପଷ୍ଟୀକରଣ କରାଯାଇଛି । ଇତିହାସକୁ ଦେଖିଲେ ପ୍ରଥମେ ପ୍ରାଚୀନ ସହର ମେସୋପଟାମିଆ ଓ ବେବିଲୋନରେ ଶିବଲିଙ୍ଗର ପୂଜା ଆରମ୍ଭ କରାଯାଇଥିଲା । ଏହାପରେ ମହେଞ୍ଜୋଦାର ଓ ହରପ୍ପା ସଂସ୍କୃତିରେ ଶିବ ଲିଙ୍କର ପୂଜା କରାଯାଇଥିବାର ପ୍ରମାଣ ମିଳିଛି । ଏହାର ଅବଶେଷ ମଧ୍ୟ ଦେଖିବାକୁ ମିଳିଛି ।
ସଭ୍ୟତାର ଆରମ୍ଭରେ ଲୋକଙ୍କ ଜୀବନ ପଶୁ ଓ ପ୍ରକୃତି ଉପରେ ନିର୍ଭର ଥିଲା । ଏହି କାରଣରୁ ପଶୁଙ୍କ ଦେବତା ପଶୁପତି ନାଥଙ୍କ ପୂଜା କରାଯାଉଥିଲା । ସନେ୍ଧ÷ବ ସଭ୍ୟତାରେ ଏକ ପଥରରେ ତିନି ମୁହଁ ଥିବା ଏକ ପୁରୁଷ ଦେଖାଯାଇଥିଲା । ଯାହାର ଆଖପାଖରେ ଅନେକ ପଶୁପକ୍ଷୀ ଥିବାର ଦେଖିବାକୁ ମିଳିଥିଲା । ଏହି କାରଣରୁ ଭଗବାନ ଶିବଙ୍କ ଉପସ୍ଥିତି ଓ ପୂଜାକୁ ମନାଯାଏ । ସାଧାରଣ ଭାବେ ଶିବଲିଙ୍ଗ ୨ ପ୍ରକାରର ହୋଇଥାଏ । ପ୍ରଥମେ ଆକାଶୀୟ ବା ଉଲକା ଶିବଲିଙ୍ଗ , ଦ୍ୱିତୀୟ ପାରଦ ଶିବଲିଙ୍ଗ । ତେବେ ପୁରାଣ ଅନୁସାରେ ଏହା ୬ ପ୍ରକାରର ହୋଇଥାଏ । ଦେବ ଲିଙ୍ଗ - ଯାହା ଦେବତା ଓ ଅନ୍ୟ ପ୍ରାଣୀଙ୍କ ଦ୍ୱାରା ନିର୍ମାଣ କରାଯାଇଛି । ଅସୁର ଲିଙ୍ଗ - ଏହା ଅସୁରଙ୍କ ଦ୍ୱାରା ତିଆରି କରାଯାଇଥିବା ଲିଙ୍ଗ । ରାବଣ ଏକଦା ଅସୁର ଶିବଲିଙ୍ଗ ସ୍ଥାପିତ କରିଥିଲା । ଅର୍ଶ ଲିଙ୍ଗ - ପ୍ରାଚୀନ କାଳରେ ଅଗସ୍ତ୍ୟ ମୁନିଙ୍କ ଭଳି ସନ୍ଥଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଲିଙ୍ଗ । ପୁରାଣ ଲିଙ୍ଗ - ପୈାରାଣିକ କାଳରେ ବ୍ୟକ୍ତିଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଶିବଲିଙ୍ଗ । ମନୁଷ୍ୟ ଲିଙ୍ଗ - ପ୍ରାଚୀନ କାଳ ତଥା ମଧ୍ୟ କାଳରେ ଐତିହାସିକ ମହାପୁରୁଷ , ଧନୀ ତଥା ରାଜା ମହାରାଜାଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଲିଙ୍ଗ । ସ୍ୱୟଂ ଲିଙ୍ଗ - ଯେଉଁ ଲିଙ୍ଗ ଆପେ ଆପେ ପ୍ରକଟ ହୋଇଛି ତାହା୍କୁ ସ୍ୱୟଂ ଶିବଲିଙ୍ଗ କୁହାଯାଏ । ଭାରତରେ ଏହା ଖୁବ୍ ଅଧିକ । କଦାବୁଲ ମନ୍ଦିରରେ ୩୨୦ କିଲୋଗ୍ରାମ ୩ ଫୁଟ ଉଚ୍ଚା ସ୍ପଟିକ ଶିବଲିଙ୍ଗ ରହିଛି । ଏହା ସବୁଠୁ ବଡ଼ ସ୍ପଟିକ ଶିବ ଲିଙ୍ଗ ।




admin 