ତୁଳସୀ ବୃକ୍ଷ ଗୁଡିକ ଗୋପୀ ହୋଇଥାଆନ୍ତି
ପ୍ରଭୁ ଶ୍ରୀକୃଷ୍ଣ, ବିଷ୍ଣୁ, ମହାପ୍ରଭୁ ଜଗନ୍ନାଥଙ୍କର ଖୁବ୍ ପ୍ରିୟ ତୁଳସୀ ଏକ ପବିତ୍ର ବୃକ୍ଷ। ଏହାର ଧାର୍ମିକ ସହ ଔଷଧୀୟ ଗୁଣ ମଧ୍ୟ ରହିଛି। ତୁଳସୀ ବିନା ଭଗବାନଙ୍କ ପୂଜା ଅସପୂର୍ଣ୍ଣ ବୋଲି ମଧ୍ୟ କୁହାଯାଏ। ତୁଳସୀ ବୃକ୍ଷ ସହ ଜଡିତ ସ୍ଥାନଟି ହେଉଛି, ବୃନ୍ଦାବନର ନିଧିବନ। ଏହି ସ୍ଥାନ ଦେଖିବାକୁ ଯେତେ ସୁନ୍ଦର ଓ ଆକର୍ଷଣୀୟ ସେତେ ରହସ୍ୟମୟ ମଧ୍ୟ। ଏହି ସ୍ଥାନର ପ୍ରତି କୋଣ ଅନୁକୋଣରେ ପ୍ରଭୁ କୃଷ୍ଣଙ୍କର ରହିଥିବାର ସୂଚନା ପ୍ରତି ମୁହୂର୍ତରେ ଜଣାଇଥାଏ।
ପ୍ରଭୁ କୃଷ୍ଣ ଏବଂ ରାଧା ଏଠାରେ କ୍ରୀଡ଼ା କରନ୍ତି। ଭଗବାନ ଏଠାରେ ଅଧିକାଂଶ ସମୟ ବିତାଇ ଥାଆନ୍ତି। ଏଠାରେ ବହୁଳ ସଂଖ୍ୟାରେ ତୁଳସୀ ଗଛ ରହିଛି। ଏହି ସମସ୍ତ ବୃକ୍ଷ ଯୋଡାରେ ରହିଛି। ଯେଉଁସମୟରେ ପ୍ରଭୁ ଶ୍ରୀକୃଷ୍ଣ ଓ ରାଧା କ୍ରୀଡା କରନ୍ତି, ସେହି ସମୟରେ ତୁଳସୀ ବୃକ୍ଷ ଗୁଡିକ ମଧ୍ୟ ଗୋପୀ ରୂପେ ପରିବର୍ତ୍ତନ ହୋଇଥାଆନ୍ତି। ଏଠାରେ ଥିବା ବୃକ୍ଷର ଶାଖା ଉପର ଆଡକୁ ନୁହେଁ ବରଂ ତଳ ଆଡକୁ ବଢିଥାଏ। ଏହା ଏପରି ଭାବେ ରହିଛି ଯେ, ରାସ୍ତା ପାଇଁ ବୃକ୍ଷର ଶାଖା ଗୁଡିକୁ ବାଡି ସାହାଯ୍ୟରେ ରଖାଯାଇଛି।




admin 