ଲିପଷ୍ଟିକ୍‌ ପାଇଁ ୬ମାସରେ ୨ ହଜାର କୋଟି ଖର୍ଚ୍ଚ

ଲିପଷ୍ଟିକ୍‌ ପାଇଁ ୬ମାସରେ ୨ ହଜାର କୋଟି ଖର୍ଚ୍ଚ

ଭୁବନେଶ୍ୱର : ନିଜକୁ ସୁନ୍ଦର ସହିତ ଆକର୍ଷଣୀୟ ଦେଖାଯିବା ଲାଗି ମହିଳାମାନେ ପାଣି ପରି ଟଙ୍କା ଖର୍ଚ୍ଚ କରିଥାନ୍ତି । ସାଧାରଣତଃ କସ୍‌ମେଟିକ୍ସ ପ୍ରଡକ୍ଟ ଉପରେ ଅଧିକ ଅର୍ଥ ବ୍ୟୟ କରିଥାନ୍ତି । ଏକ ସର୍ଭେରୁ ଜଣାପଡିଛି ଯେ ଗଲା ୬ ମାସରେ ଗ୍ରାହକ ୧,୨୧୪ ଟଙ୍କାରେ କଲର କସ୍‌ମେଟିକ୍ସ କିଣିଛନ୍ତି । ତେବେ ବର୍ଷକରେ ଦୁହେଁ କେବଳ ୬ ମାସରେ ମୋଟ ୩୮% ଲିପ୍‌ ପ୍ରଡକ୍ଟ ଉପରେ ଖର୍ଚ୍ଚ କରିଥାନ୍ତି । ଭାରତୀୟମାନେ ୫,୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥାନ୍ତି । ତେବେ ଯେଉଁ ବିୟୁଟି ପ୍ରଡକ୍ଟ ବିକ୍ରି ହୋଇଛି ସେଥିରେ ଲିପ୍‌ଷ୍ଟିକ୍‌ , ନେଲ୍‌ ପଲିସ୍‌ ଏବଂ ଆଇଲାଇନ ରହିଛି । ଏହି ବିଉଟି ପ୍ରଡକ୍ଟଗୁଡିକରେ ଗ୍ରାହକ  ୫,୦୦୦ କୋଡି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥାନ୍ତି । ଏଥି ମଧ୍ୟରୁ ୪୦% ଅନଲାଇନ୍‌ରେ କିଣାଯାଇଥିବା କଂଟାର ୱାର୍ଲଡପ୍ୟାନେଲ୍‌ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି । ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ କିଣୁଥିବା ଅଧିକାଂଶ ମହିଳା କର୍ମଜୀବୀ । ମୋଟ ଗ୍ରାହକ କରୁଥିବା ବ୍ୟୟ ତୁଳନାରେ କର୍ମଜୀବୀ କହିଳା ୧,୬ ଗୁଣା ଅଧିକ ବ୍ୟୟ କରୁଥିବା ଜଣାପଡିଛି ।