ଏପରି କରନ୍ତୁ ନାହିଁ

ଏପରି କରନ୍ତୁ ନାହିଁ

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ରହିଥିବା ପ୍ରତ୍ୟେକ ସାମଗ୍ରୀ ସହିତ ପରିବାର ସଦସ୍ୟଙ୍କ କାର୍ଯ୍ୟପଳାପ ଘରର ଉନ୍ନତିକୁ ପ୍ରଭାବିତ କରିଥାଏ । ତେଣୁ ଘରେ ସୁଖସମୃଦ୍ଧି ବଜାୟ ରଖିବାକୁ ହେଲେ କେତେକ ନିୟମ ମାନିବା ଜରୁରୀ । 
- ବାସ୍ତୁଶାସ୍ତ୍ରରେ ସନ୍ଧ୍ୟା ବା ସୂଯ୍ୟାସ୍ତ ସମୟରେ ଶୋଇବାକୁ ମନା କରାଯାଉଛି । କାରଣ ଏହି ସମୟରେ ମା ଲକ୍ଷ୍ମୀଙ୍କ ଘରେ ପ୍ରବେଶ କରୁଥିବାର ବିଶ୍ୱାସ କରାଯାଇଥାଏ । ଶୋଇଥିବା ମଣିଷକୁ ଦେଖି ସେ ଅସନ୍ତୁଷ୍ଟ ହୁଅନ୍ତି ବୋଲି କୁହାଯାଉଛି । ତେଣୁ ସୂର୍ଯ୍ୟାସ୍ତ ବେଳେ ଶୋଇଥିଲେ ମା ଲକ୍ଷ୍ମୀଙ୍କ ଆର୍ଶୀବାଦ ମିଳିପାରେ ନାହିଁ । 
- କେବେ ସୂର୍ଯ୍ୟାସ୍ତ ପରେ କିମ୍ବା ଭୋରରୁ ବ୍ରାହ୍ମ ମୂହୂର୍ତ୍ତରେ ଘରର ଝାଡ଼ୁ କରନ୍ତୁ ନାହିଁ । ଏହା ଲକ୍ଷ୍ମୀ ଦେବୀଙ୍କ ପ୍ରବେଶ ସମୟ ହୋଇଥାଏ ।ଯଦି କୈାଣସି କାରଣରୁ ଝାଡ଼ୁ କରିବା ଆବଶ୍ୟକ ହୋଇଥାଏ, ତେବେ ବାହାରିଥିବା ଅଳିଆ ସୂର୍ଯ୍ୟ ଉଦୟ ପରେ ବାହାରେ ପିଙ୍ଗନ୍ତୁ । 
- ସୂର୍ଯ୍ୟାସ୍ତ ପରେ ତୁଳସୀରେ ଜଳଦେବା ଉଚିତ୍ ନୁହେଁ । କେବଳ ସୂର୍ଯ୍ୟାଦୟ ସମୟରେ ତୁଳସୀମୁଳରେ ପାଣିଦେଲେ ମାଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ମିଳିଥାଏ । 
- ଉତର, ଐଶାନ୍ୟ ଏବଂ ବାୟବ୍ୟ କୋଣ ପରିଷ୍କାର ରଖାଯିବା ସହ ଏଠାରେ କୈାଣସି ଭାରି ଜିନିଷ ନରଖିବା ପାଇଁ  ଗୁରୁତ୍ୱ ଦିଆଯାଇଛି । ଘରର ଏହି ଦିଗ ଗୁଡ଼ିକରେ ଧନର ଦେବତା କୁବେରଙ୍କ ବାସ ହୋଇଥିବାରୁ ଏହାର ପରିଛନ୍ନତା ପ୍ରତି ଅଧିକ ଦୃଷ୍ଟି ଦେବା ଜରୁରୀ । 
- ସୂର୍ଯ୍ୟାସ୍ତ ପରେ କାହାକୁ ଟଙ୍କା, ଦହି, କ୍ଷୀର, ହଳଦୀ , ପିଆଜ ଓ ରସୁଣ ଆଦି ଦାନ କରନ୍ତୁ ନାହିଁ । ଏହା ଅଶୁଭ ପରିମାଣ ହୋଇପାରେ ।