ଘରେ କାହିଁକି ରଖିବେ ଲାଫିଙ୍ଗ୍ ବୁଦ୍ଧ

ଘରେ କାହିଁକି ରଖିବେ ଲାଫିଙ୍ଗ୍ ବୁଦ୍ଧ

ଲାଫିଙ୍ଗ୍ ବୁଦ୍ଧ ହେଉଛନ୍ତି ସୁଖସମୃଦ୍ଧିର ପ୍ରତୀକ । ଏହି ପ୍ରତିମା ଘରେ ରଖିବା ଯୋଗୁଁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ତେବେ ଲାଫିଙ୍ଗ୍ ବୁଦ୍ଧଙ୍କର ବିଭିନ୍ନ ରୂପର ମହତ୍ୱ୍ୱ ଭିନ୍ନ ଭିନ୍ନ । ଜାଣିବା କେଉଁ ଆକାରର ଲାଫିଙ୍ଗ୍ ବୁଦ୍ଧ ପ୍ରତିମା କେଉଁ ସବୁ ସମସ୍ୟାର ସମାଧାନ କରିଥାଏ ।
-ଦୁଇ ହାତ ଉପରକୁ କରିଥିବା ଲାଫିଙ୍ଗ୍ ବୁଦ୍ଧଙ୍କ ମୂର୍ତ୍ତି ଦୋକାନରେ ରଖିବା ଦ୍ୱାରା ବ୍ୟବସାୟ ଭଲ ହେବା ସହ ଅର୍ଥାଭାବ ରୁହେ ନାହିଁ ।
-ବ୍ୟବସାୟରେ କ୍ଷତି ନ ହେବା ପାଇଁ ଶୟନରତ ଲାଫିଙ୍ଗ୍ ବୁଦ୍ଧଙ୍କ ମୂର୍ତ୍ତି  ରଖନ୍ତୁ ।
-ଧନର ଅଭାବ ଦୂର କରିବା ପାଇଁ ଟଙ୍କା ଗଣ୍ଠିଲି ଧରିଥିବା ଲାଫିଙ୍ଗ୍ ବୁଦ୍ଧଙ୍କ ପ୍ରତିମୂର୍ତ୍ତି  ରଖିବା ଉଚିତ ।
-ପାରିବାରିକ ସୁଖ ସମୃଦ୍ଧି ବୃଦ୍ଧି ତଥା ସନ୍ତାନ ପ୍ରାପ୍ତି ପାଇଁ ଶିଶୁଙ୍କ ସହିତ ବସିଥିବା ଲାଫିଙ୍ଗ୍ ବୁଦ୍ଧଙ୍କ ମୂର୍ତ୍ତି  ରଖନ୍ତୁ ।
–ବ୍ୟବସାୟରେ ଉନ୍ନତି ଓ କୁଦୃଷ୍ଟିକୁ ଦୂରେଇ ଦେବା ପାଇଁ ଦୋକାନ କିମ୍ବା ଅଫିସ୍ରେ ଥଳି ଧରିଥିବା ଲାଫିଙ୍ଗ ବୁଦ୍ଧଙ୍କ ିମୂର୍ତ୍ତି ରଖନ୍ତୁ ।
-ଡ୍ରାଗନ୍ ଉପରେ ବସିଥିବା ଲାଫିଙ୍ଗ୍ ବୁଦ୍ଧକୁ ଘର କିମ୍ବା ଅଫିସ୍ରେ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହେବା ସହ କୌଣସି ଗୁଣିଗାରେଡିର ପ୍ରଭାବ ପଡି ନଥାଏ ।
-ଘରର ମୁଖ୍ୟ କୋଠରିରେ ଲାଫିଙ୍ଗ୍ ବୁଦ୍ଧ ରଖିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । କାର୍ଯ୍ୟକ୍ଷମତା ବଢାଇବା ପାଇଁ ଧାତୁରେ ତିଆରି ଲାଫିଙ୍ଗ୍ ବୁଦ୍ଧ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଅବସାଦ ଦୂର କରିବା ସହ ମନକୁ ଶାନ୍ତ ରଖିବା ପାଇଁ ଧ୍ୟାନମୁଦ୍ରାରେ ବସିଥିବା ଲାଫିଙ୍ଗ୍ ବୁଦ୍ଧ ରଖନ୍ତୁ ।
-ଡଙ୍ଗା ଉପରେ ବସିଥିବା ଲାଫିଙ୍ଗ୍ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଦ୍ୱାରା ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିଥାଏ । ଏହାକୁ ଘରର ମୁଖ୍ୟ କୋଠରିରେ ରଖିବା ଆବଶ୍ୟକ ।