ଭଗବାନ ଶିବଙ୍କ ଫଟୋ ବା ମୂର୍ତ୍ତି ଘରେ କିପରି ରଖିବେ
ଶିବଙ୍କର ଏହି ଦୁଇଟି ରୂପର ଫଟୋ ବା ମୂର୍ତ୍ତି ରଖିବା ପାଇଁ କେତେଗୁଡିଏ ନିୟମ ରହିଛି । ଯଦି ଭୁଲ୍ ଦିଗରେ ଶିବଙ୍କ ମୂର୍ତ୍ତି ବା ଫଟୋ ରଖନ୍ତି, ତେବେ ସକାରାତ୍ମକ ଶକ୍ତି ପରିବର୍ତ୍ତୀ ନକାରାତ୍ମକ ଶକ୍ତିର ପ୍ରାଦୁର୍ଭାବ ବଢିଚାଲେ । ତେଣୁ କିଛି ପୂଜା ନିୟମକୁ ମାନିବା ଶୁଭ ହୋଇଥାଏ ।
-ଭଗବାନ ଶିବ, ମା’ ପାର୍ବତୀ, ଶ୍ରୀଗଣେଶ ଓ କାର୍ତ୍ତିକେୟଙ୍କ ଚିତ୍ର ଥିବା ଫଟୋ ଘରେ ଲଗାନ୍ତୁ । ଏହାଦ୍ୱାରା ଘରେ କଳହର ବାତାବରଣ ସୃଷ୍ଟି ହୋଇନଥାଏ ଏବଂ ପିଲାମାନେ ଆଜ୍ଞାକାରୀ ହୋଇଥା’ନ୍ତି ବୋଲି ବିଶ୍ୱାସ ରହିଛି ।
-ଶିବପୁରୀ ବା କୈଳାସ ପର୍ବତ ଉତ୍ତର ଦିଗରେ ଅବସ୍ଥିତ । ତେଣୁ ଶିବଙ୍କ ଫଟୋ ବା ମୂର୍ତ୍ତି ଉତ୍ତର ଦିଗରେ ରଖିବା ଶ୍ରେଷ୍ଠ ହୋଇଥାଏ । ଏମିତି ଏକ ସ୍ଥାନରେ ଲଗାନ୍ତୁ, ଯେଉଁଠି ପରିବାର ସଦସ୍ୟଙ୍କ ନଜର ସବୁବେଳେ ଶିବଙ୍କ ଉକ୍ତ ଫଟୋ ଉପରେ ପଡିବ ।
-ରୁଦ୍ରାବତାରର ଫଟୋ କେବେ ମଧ୍ୟ ଘରେ ଲଗାନ୍ତୁ ନାହିଁ । ଶିବଙ୍କ ସୌମ୍ୟ ରୂପର ଚିତ୍ର ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ନନ୍ଦୀ ଉପରେ ଶିବ ବିରାଜମାନ କରିଥିବା ଫଟୋ ରଖିବା ଦ୍ୱାରା ପିଲାମାନଙ୍କ ଧ୍ୟାନ ଓ ଏକାଗ୍ରତା ବଢିଥାଏ ।
-ଯେଉଁ ସ୍ଥାନରେ ଶିବଙ୍କ ଫଟୋ ବା ମୂର୍ତ୍ତି ଅଛି, ସେ ସ୍ଥାନକୁ ସବୁବେଳେ ସଫାସୁତରା ରଖନ୍ତୁ । ଦଣ୍ଡାୟମାନ ମୁଦ୍ରାରେ ଥିବା ଶିବଙ୍କ ଫଟୋ କେବେ ମଧ୍ୟ ଘର କିମ୍ବା କାର୍ଯ୍ୟାଳୟରେ ଲଗାନ୍ତୁ ନାହିଁ ।




admin 