ରୋଷେଇ ପାଇଁ ଜାଣିବା ନିହାତି ଜରୁରୀ

ରୋଷେଇ ପାଇଁ ଜାଣିବା ନିହାତି ଜରୁରୀ

ଭୁବନେଶ୍ୱର: ରୋଷେଇ କରିବା ସମୟରେ କେତୋଟି କଥା ଜାଣିରଖିଥିବା ନିହାତି ଜରୁରୀ ।

- ଏଇ ଯେମିତି ତରକାରୀ ମସଲା ଯଦି ପୋଡ଼ିଯିବ, ଅଳ୍ପ ମାତ୍ରାରେ ଦହି ମିଶାଇଦିଅନ୍ତୁ । ପୋଡ଼ା ଗନ୍ଧ ଦୂରେଇଯିବ । 
- ସାଲାଡ଼ରେ ଦହି ମିଶାଇବା ପୂର୍ବରୁ ପ୍ରଥମେ ଦହିରେ ଅଳ୍ପ ଲୁଣ ମିଶାନ୍ତୁ । ଏମିତି କଲେ, ଦହି ଖଟା ହେବନି । 
- ଯଦି ଲେମ୍ବୁ ଆଚାର ଖରାପ ହୋଇଯାଇଛି, ସେଥିରେ ଅଳ୍ପ ପରିମାଣ ଭିନେଗାର ମିଶାଇବେ । 
- ତରକାରିକୁ ବେଶୀ ସୁଆଦିଆ କରିବାକୁ ଚାହୁଁଥିଲେ, ପିଆଜ-ଅଦା-ରସୁଣ ବଟାରେ ୩-୪ଟି ପିସ୍ତାବାଦାମ ମିଶାଇ ବାଟିଦିଅନ୍ତୁ । ଦେଖିବେ, ତରକାରି କେତେ ସ୍ୱାଦିଷ୍ଟ ଓ ରୁଚିକର ଲାଗିବ । 
- ବରା ଆଣ ତିଆରି କରିବାବେଳେ ସେଥିରେ ଅଧ କପ୍‌ ଦହି ମିଶାଇବେ । ବରା ଭାରି ସୁଆଦିଆ ଓ ନରମ ହେବ ।