ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୮.୭୧ ଫୁଟରେ ପହଞ୍ଚିଛି

ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୮.୭୧ ଫୁଟରେ ପହଞ୍ଚିଛି

ସମ୍ବଲପୁର: ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଉପରମୁଣ୍ଡରରେ ପ୍ରବଳ ବର୍ଷା ଯୋଗୁଁ ଆଜି ପୁଣି ହୀରାକୁଦର ଆଉ ୮ଟି ଗେଟ ଖୋଲା ଯାଇଛି କ୍ଷ ବୁଧବାର ୨ଟି ଗେଟ ଖୋଲିଥିବା ବେଳେ ବର୍ତ୍ତମାନ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦର ଉପର ମୁଣ୍ଡରେ ବର୍ଷା ହେଉଥିବା ଯୋଗୁଁ ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ଠାରୁ ଅଧିକ ପାଣି ରହିଛି । ତେଣୁ ଜଳ ନିଷ୍କାସନ ପାଇଁ ୧୦ଟି ଗେଟ ଖୋଲାଯାଇଛି ।

ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ବର୍ତ୍ତମାନ ଏହାର ଜଳ ସ୍ତର ୬୨୮.୭୧ ଫୁଟରେ ପହଞ୍ଚିଛି। ବନ୍ୟା ଜଳରେ ଡ୍ୟାମ ପୂର୍ଣ୍ଣ ହେବା ପାଇଁ ଆଉ ୨ ଫୁଟ ବି ନାହିଁ, ତେଣୁ ଜଳସ୍ତରକୁ ନିୟନ୍ତ୍ରଣ କରିବାକୁ ଏହି ଗେଟ ଖୋଲାଆଯିବାର ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧,୪୨,୦୭୨ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି । ଅନ୍ୟପଟେ ବର୍ତ୍ତମାନ ହୀରାକୁଦ ଡ୍ୟାମର ଉଭୟ ପାର୍ଶ୍ୱରୁ ମୋଟ ୧୦ଟି ଗେଟ ଖୋଲାଯାଇଛି କ୍ଷ ଏହା ପୂର୍ବରୁ ବୁଧବାର ରାଜ୍ୟ ଜଳ ସମ୍ପଦ ବିଭାଗ ଓ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ତଳ ମୁଣ୍ଡରେ ଥିବା ଲୋକଙ୍କୁ ସତର୍କ ସୂଚନା ଦେଇଥିଲେ ।
ବୁଧବାର ଅପରାହ୍ନ ୪ଟାରେ ହୀରାକୁଦର ୨ଟି ଗେଟ ଖୋଲାଯାଇଥିଲା । ରାତି ସାରା ଏହି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା । ଜଳସ୍ତର ଅଧିକ ରହିଥିବାରୁ ଗୁରୁବାର ଆଉ ୮ଟି ଗେଟ ଖୋଲାଯାଇଛି । ଇନ- ଫ୍ଲୋ ଦେଢ଼ ଲକ୍ଷ କ୍ୟୁସେକରୁ ଅଧିକ ହେବାରୁ ଆଜି ଗେଟ ଖୋଲା ଯାଇଥିବା କହିଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ଆଗକୁ ମଧ୍ୟ ଆହୁରି ଅଧିକ ଗେଟ ଖୋଲାଯିବା ନେଇ ସମ୍ଭାବନା ମଧ୍ୟ ରହିଛି ।