ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ

ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ

ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ।ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଡ୍ୟାମର ୭ଟି ଗେଟ୍ ଖୋଲାଯାଇଛି।ତେବେଡ୍ୟାମ୍‌ର ୨୦ଟି ଗେଟ୍ ଖୋଲାଯିବା ନେଇ ସୂଚନା ରହିଥିବା ବେଳେ ପ୍ରଥମ ପର୍ଯ୍ୟରେ ସକାଳ ୯ଟାରେ ୭ଟି ଗେଟ୍ ଖୋଲାଯାଇଛି ।୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୯୩ ଫୁଟ୍ ରହିଛି। ଏବେ ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୬ ହଜାର ୬୦୦ଘନଫୁଟ୍ ଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ୪୦ ହଜାର ୧୨୬ ଘନଫୁଟ୍ ଜଳ ପ୍ରତି ସେକେଣ୍ଡରେ ନିଷ୍କାସନ ହେଉଛି।ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଡ୍ୟାମ୍‌ର ବାମ ପାର୍ଶ୍ୱର ୭ ନମ୍ବର ସ୍ଲୁଇସ ଗେଟ୍ ଖୋଲା ଯାଇଥିଲା। ପରେ ଆଉ ୬ଟି ଗେଟ୍ ଖୋଲା ଯାଇଥିଲା। ଏବେ ବାମ ପାଶ୍ୱର ୫ଟି ଓ ଦକ୍ଷିଣ ପାର୍ଶ୍ୱର ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଦ୍ବିତୀୟ ପର୍ଯ୍ୟୟରେ ୧୩ଟି ଗେଟ୍ ଖୋଲାଯିବ। ଦିନ ୧୨ଟା ବେଳକୁ ୭ଟି ଓ ଅପରାହ୍ନ ୨ଟା ପରେ ୬ଟି ଗେଟ୍ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ବ୍ୟୁରୋ ରିପୋର୍ଟୟୁବିସି ଓଡିଆ ।