ଓଜନ କମାଇବା ପାଇଁ ଗୁରୁମନ୍ତ୍ର

ଓଜନ କମାଇବା ପାଇଁ ଗୁରୁମନ୍ତ୍ର

ଭୁବନେଶ୍ୱର : ଆଜିକାଲି ସମସ୍ତେ ଓଜନ କମାଇବା ପାଇଁ ତପôର । କିଏ ଖାଦ୍ୟ ଇପରେ କଟକଣା କରେ ତ ଆଉ କିଏ ବ୍ୟାୟାମଶାଳାରେ ଘଂଟା ଘଂଟା ବ୍ୟାୟାମ କରନ୍ତି । ତେବେ ହାତ ପାହାନ୍ତାରେ ଅତି ସାଧାରଣ ସାମଗ୍ରୀ ଯାହା ଅତି ସହଜରେ ଶରୀରର ଓଜନ କମାଇଦେଇଥାଏ । ସେଥି ମଧ୍ୟରୁ ଡ଼ାଲଚିନି ଓ ମହୁର ମିଶ୍ରିତ ରସ ଅନ୍ୟତମ । ଏହା ପ୍ରଥମେ ତଳିପେଟର ଚର୍ବି ହ୍ରାସ କରିଥାଏ ।

ମହୁ ଆମର ଭୋକ କମାଇ ଦେଇଥାଏ । ତେଣୁ ରାତିରେ ଶୋଇବାକୁ ଯିବା ପୂର୍ବରୁ ମହୁ ରସ ପିଇଲେ ଭୋକ କମିଆସିବା ସହ ଶରୀରରେ ଗଛିତ କ୍ୟାଲୋରୀରେ କ୍ଷୟ ଘଟିଥାଏ । ମହୁରେ ଅତ୍ୟାବଶ୍ୟକ ଭିଟାମିନ, ଖଣିଜସାର ଓ ସ୍ୱାସ୍ଥ୍ୟପ୍ରଦ ଚର୍ବି ରହିଛି । ଆମ ଅନ୍ତନାଡ଼ିରେ ଜମି ରହୁଥିବା ଚର୍ବିକୁ ଡ଼ାଲଚିନି କମାଇବା ସହ ତାହା ଓଜନ ହ୍ରାସରେ ସହାୟକ ହୋଇଥାଏ । ଏହା ଉଚ୍ଚ ରକ୍ତଚାପ, କୋଲେଷ୍ଟରଲ ସ୍ତର କମାଇବା ସହ ଇନସୁଲିନ ସକ୍ରିୟତାକୁ ଜାଗ୍ରତ କରିଥାଏ ।

ଡ଼ାଲଚିନି ଓ ମହୁର ପ୍ରସ୍ତୁତ କରିବା ଶୈଳୀ ଜାଣିବା । ପ୍ରଥମେ ଗୋଟିଏ କପ୍ ପାଣିରେ ଅଧଚାମଚ ଡ଼ାଲଚିନି ମିଶାଇ ଫୁଟାଇବା । ପାଂଚ ମିନିଟ୍ ଫୁଟିଗଲା ପରେ ତାହାକୁ ଥଣ୍ଡା କରିଦେବା । ସେଥିରେ ଏକ ଚାମଚ ମହୁ ମିଶାଇ ଭଳ ଭାବରେ ଘାଂଟିଦେବା । ଏହି ମିଶ୍ରିତ ରସକୁ ପାନ କଲେ ଓଜନହ୍ରାସ ସମେତ ଅନ୍ୟାନ୍ୟ ସୁଫଳ ମିଳିପାରିବ ।