ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା  ଖାଇଥାଉ ।  ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା,  ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ । କିନ୍ତୁ ପ୍ରାୟତଃ ଲୋକମାନେ କଖାରୁର ନାମ ଶୁଣି ନାକ ଏବଂ ପାଟିକୁ ସଙ୍କୁଚିତ କରିବା ଆରମ୍ଭ କରନ୍ତି ।ଏହି କାରଣରୁ ଆପଣ ଅନେକ ପୁଷ୍ଟିକର ଖାଦ୍ୟରୁ ବଞ୍ଚିିତ ହୋଇପାରନ୍ତି ।ଏପରି ପରିସ୍ଥିତିରେ ଆପଣ କଖାରୁ ମଞ୍ଜି ଖାଇ ମଧ୍ୟ ଲାଭ ପାଇପାରିବେ । ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ ।

 କଖାରୁ ମଞ୍ଜି ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କାରଣ ଏଥିରେ ଫାଇବର ଏବଂ ଆଣ୍ଟିଅକ୍ସିଡେଣ୍ଟ୍‌ ଥାଏ ଓ ଏଥିରେ ମୋନୋସାଟୁରେଟେଡ୍‌ ଫ୍ୟାଟି ଏସିଡ୍‌ ମଧ୍ୟ ରହିଛି । ଯାହା କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।ଏଥିରେ ଥିବା ମ୍ୟାଗ୍‌ନେସିୟମ୍‌ ଯାହା ହୃଦୟକୁ ସକ୍ରିୟ ରଖିବାରେ ସହାୟକ ହୋଇଥାଏ ।
କଖାରୁ ମଞ୍ଜିରେ କ୍ୟାଲସିୟମ ରହିଛି, ଯାହା ହାଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ହାଡ ସହ ଜଡିତ ରୋଗରୁ ମୁକ୍ତି ଦେଇଥାଏ । ଏହି ମଞ୍ଜିରେ ରହିଛି ଫସଫରସ୍‌ ଏବଂ ଜିଙ୍କ ।  ଏହି କାରଣରୁ ଏହା ଅଷ୍ଟିଓପୋରୋସିସ୍‌ ଭଳି ରୋଗ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି । 
କଖାରୁ ମଞ୍ଜିରେ ମେଟାବୋଲିଜିମ ଦ୍ୱାରା ଖାଦ୍ୟ ଧିରେ ଧିରେ ହଜମ ହୋଇଥାଏ ।ତେଣୁ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ ଏବଂ ଓଜନ ହ୍ରାସ କରିବାରେ ଏହା ସାହାଯ୍ୟ କରେ । ଏଥିସହ ଏଥିରେ କ୍ୟାଲୋରୀ ଏବଂ ଅଧିକ ଫାଇବର ରହିଛି, ଯାହା ଆପଣଙ୍କ ଓଜନ ହ୍ରାସ କରିପାରିବେ ।

ଯଦି ଆପଣ ଚାପ ଏବଂ ଟେନସନରେ ଅଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଖାଦ୍ୟରେ କଖାରୁ ମଞ୍ଜି ଅନ୍ତର୍ଭୁକ୍ତ କରିବା ଉଚିତ । କାରଣ ଏହି ମଞ୍ଜିରେ ରହିଛି ଟ୍ରାଇପଟୋଫାନ୍‌ ଆମିନୋ ଏସିଡ୍‌ ମିଳିଥାଏ ଯାହା ଟେନ୍ସନ୍‌ ଏବଂ ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

 କଖାରୁ ମଞ୍ଜିରେ ଅନେକ ଖଣିଜ ପଦାର୍ଥ  ତଥା ମାଙ୍ଗାନିଜ, ତମ୍ବା, ଜିଙ୍କ ଏବଂ ଫସଫରସ୍‌ ପରି ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖେ । କଖାରୁ ମଞ୍ଜିରେ ଥିବା ଖଣିଜ ପଦାର୍ଥ ରକ୍ତରେ ସାଧାରଣ ପରିମାଣର ଲବଣର ମାତ୍ରା ବଜାୟ ରଖିଥାଏ । ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ।
କଖାରୁ ମଞ୍ଜି ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇପାରେ । ଏହା ରକ୍ତରେ ଇନସୁଲିନ୍‌ ପରିମାଣକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ ।ଏଥିରେ ଫାଇବରର ଉପସ୍ଥିତି ହେତୁ ଏହା ହଜମ ପ୍ରକ୍ରିୟାକୁ ମନ୍ଥର କରିଥାଏ ଓ ଯେଉଁଥିପାଇଁ ରକ୍ତରେ ଥିବା ଚିନି କଣିକା କମିଯାଏ । ଅଗ୍ନାଶୟ ସଠିକ୍‌ ପରିମାଣର ଇନସୁଲିନ୍‌ ତିଆରି କରିଥାଏ । 

କଖାରୁ ମଞ୍ଜି ଖାଇବା ଦ୍ୱାରା କେଶକୁ ଅନେକ ଲାଭ ମିଳିଥାଏ । ଏଥିରେ ଥିବା ଭିଟାମିନ୍‌ ଏବଂ ମିନେରାଲ୍ସ କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ ଓ ଏହା କେଶ ଛଡିବାକୁ ମଧ୍ୟ ହ୍ରାସ କରିଥାଏ । କେଶ ମଜଭୁତ ଏବଂ ସୁନ୍ଦର ହୋଇଯାଏ । ଯଦି ଆପଣ ମଧ୍ୟ ଲମ୍ବା ଏବଂ ଚକଚକିଆ କେଶ ଚାହୁଁଛନ୍ତି, ତେବେ ନିୟମିତ କଖାରୁ ମଞ୍ଜି ଖାଇବା ଆରମ୍ଭ କରନ୍ତୁ । ଖୁବ୍‌ କମ୍‌ ଦିନରେ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ ।