କଟକ କ୍ଳବ୍ ପକ୍ଷରୁ ମାଗଣାରେ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର

କଟକ କ୍ଳବ୍ ପକ୍ଷରୁ ମାଗଣାରେ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର

କଟକର ଏକ ଅଗ୍ରଣୀ କ୍ଳବ୍ ତଥା କଟକ କ୍ଳବ୍ ପକ୍ଷରୁ ଆଜି ମହିଳା ମାନଙ୍କ ପାଇଁ ମାଗଣାରେ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ବହୁ ଅଭିଜ୍ଞ ମହିଳା ଡାକ୍ତର ମାନେ ମହିଳା ମାନଙ୍କୁ ଚିକିତ୍ସା କରିବା ସହ ସେମାନଙ୍କୁ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ କଟକ ଶାଖା, ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଡାକ୍ତର ଖାନା ଓ ରୋଟାରୀ କ୍ଳବ୍ ସହାୟତାରେ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରାୟ ... ଶହ ରୁ ଉର୍ଦ୍ଧ୍ବ ମହିଳା ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି ଶିବିରକୁ ଗଞ୍ଜାମ ଜିଲ୍ଲା ର ଆସ୍କା ସାଂସଦ ଶ୍ରୀମତୀ ଅନିତା ପ୍ରିୟଦର୍ଶିନୀ, ଏବଂ ବାରବାଟି କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏହି ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରି କହିଲେ କଟକ କ୍ଲବ ପ୍ରଥମ ଥର ପାଇଁ କେବଳ ମହିଳା ମାନଙ୍କ ଉଦ୍ଦେଶ୍ୟରେ ଏହି ଭଳି ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରିବା ନିଶ୍ଚିତ ଭାବରେ ଏକ ପ୍ରଶଂସନୀୟ ପ୍ରଚେଷ୍ଟା।  ଏହି ସ୍ବାସ୍ଥ୍ୟ ଶିବିରରେ 300ରୁ ଉର୍ଦ୍ଧ୍ବ ମହିଳା ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କୁ ଚିକିତ୍ସା ସମ୍ପର୍କ ରେ ପରାମର୍ଶ ଦେଇଥିଲେ।ଏହି ଶିବିରରେ ଡାକ୍ତର ଜୟନ୍ତ ପଣ୍ଡା,  ଅରୁଣା ଆଚାର୍ଯ୍ୟ, ଲୁସି ଦାସ, ଜୟଶ୍ରୀ ମହାନ୍ତି, ଲୀଳାବତୀ ଗୁରୁ,ସମେତ ବରିଷ୍ଠ ଡାକ୍ତର  ଉପସ୍ଥିତ ଥିଲେ।