ଆନ୍ଦୋଳନ କାରୀ ଡାକ୍ତରଙ୍କ ସହ ଆଲୋଚନା କଲେ ସୌ୍ଭିକ ବିଶ୍ୱାଳ
ପଶ୍ଚିମବଙ୍ଗ ଆର୍ଜିକର ଡାକ୍ତରଖାନା ରେ କାର୍ଯ୍ୟରତ ମହିଳା ଡାକ୍ତର ଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ଡାକ୍ତର ଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ,ଏସ ସିବି ମେଡିକାଲ ରେ ମଧ୍ୟ ଆଜି ନବମ ଦିନରେ ଆନ୍ଦୋଳନ କାରି ରହିଛି,, ଆଜି ଚୌଦ୍ୱାର କଟକ ର ବିଧାୟକ ସୌ୍ଭିକ ବିଶ୍ୱାଳ ଜୁନିଅର ଡାକ୍ତର ମାନଙ୍କ ନିକଟରେ ପହଂଚି ସେମାନଙ୍କ ସହ ଆଲୋଚନା କରିଛନ୍ତି,ପଶ୍ଚିମ ବଙ୍ଗ ର ଏପରି ଏକ ଘଟଣା ସାରା ଦେଶ ପାଇଁ ଲଜ୍ୟା ର ବିଷୟ ହୋଇଛି, ଦୋଷୀ ଯିଏ ହୁଅନ୍ତୁ ନାଁ କାହଁକି ତା ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ତୁରନ୍ତ ନିଆଯାଉ, ରୋଗୀ ସେବା କରୁଥିବା କାର୍ଯ୍ୟରତ ଡାକ୍ତର ମାନଙ୍କ ଯେଉଁ ଦାବୀ ରହିଛି - ଜାତୀୟ ସୁରକ୍ଷା ଆଇନ କୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ବୋଲି ସୌ୍ଭିକ କହିବା ସହ ଏଭଳି ଏକ ଘଟଣା ରେ ରାଜ୍ୟ ସାରାକର ଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଆନ୍ଦୋଳନ କାରି ଡାକ୍ତର ଙ୍କ ନିକଟକୁ ଆସିବାର ଆବଶ୍ୟକତା ଅଛି ବୋଲି ସୌ୍ଭିକ କହିଛନ୍ତି, ଅନ୍ୟପଟେ ଆଜି ଉପ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ କଟକ ବିଦ୍ୟାଧର ପୁର ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର ର ଏକ କାର୍ଯ୍ୟକ୍ରମ ରେ ଆସିଥିଲେ ମଧ୍ୟ ଏସ ସିବି ରେ ଆନ୍ଦୋଳନ କାରୀ ଡାକ୍ତର ମାନଙ୍କ ନିକଟକୁ ନ ଆସିବା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି ଚର୍ଚ୍ଚା ହୋଇଛି....