ଶିମିଳିପାଳରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ

ଶିମିଳିପାଳରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ

ବାରିପଦା: ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଶିମିଳିପାଳରେ ପୁଲିସ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ଜାରିଥିବାବେଳେ ବନ୍ଧୁକ ଜବତ ନେଇ ସୂଚନା ପ୍ରଦାନ କରାଯାଇଛି । ଶିମିଳିପାଳ ପାଦଦେଶରେ ଥିବା ୯ଟି ଥାନା ଅଧୀନରେ ଥିବି ଗାଁ ଗୁଡିକରୁ ପୁଣି ୭୧ଟି ଆଗ୍ନୟାସ୍ତ୍ର (ଦେଶୀବନ୍ଧୁକ) ଜବତ ହୋଇଛି ।  ଶିମିଳିପାଳ ଅଭୟାରଣ୍ୟର ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଦେଶୀ ବନ୍ଧୁକ ଜବତ ଜବତ। ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କ ଶିକାରୀ ଗୁଳିରେ ମୃତ୍ୟ ପରେ ବନ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି  ।

ସୂଚନା ଥାଉକି, ଶିକାରୀଙ୍କ ଆକ୍ରମଣରେ ଦୁଇ ବନ କର୍ମଚାରୀ ସହିଦ ହେବା ପରେ ପରେ ଜୁନ ୧୮ ତାରିଖରୁ ପୁଲିସ ପକ୍ଷରୁ ଶିମିଳିପାଳକୁ ଶିକାର ଓ ଶିକାରୀମୁକ୍ତ ପାଇଁ ୯ ଥାନା ଅଧୀନସ୍ଥ ଜଙ୍ଗଲ ସଂଲଗ୍ନ ଗ୍ରାମମାନଙ୍କରେ ଅସ୍ତ୍ରଶସ୍ତ୍ର ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ୪ପ୍ଲାଟୁନ ପୁଲିସ ଫୋର୍ସ ସହିତ ଥାନା କର୍ମଚାରୀ ଏଥିରେ ସାମିଲ ଥିଲେ  । ସେହିପରି ଶିମିଳିପାଳ ସଂଲଗ୍ନ ୧୨ଟି ଥାନାରେ ଦେଶୀବନ୍ଧୁକ ଆତ୍ମ ସମର୍ପଣ ଅଭିଯାନ ଆରମ୍ଭ କରାଯାଇ ବ୍ୟାପକ ଜନସେଚତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସମୟରେ ୪୦ଟି ମାମଲା ରୁଜୁ ସହିତ ୧୬୫ଟି ବନ୍ଧୁକ, ଗୁଳି, ଗୋଟିଏ ବନ୍ଧୁକ ତିଆରି କାରଖାନା, ବଜ୍ରକାପ୍ତା ଛାଲ, ନଗଦ ୨ଲକ୍ଷ ୯୫ହଜାର ଟଙ୍କା, ମୋବାଇଲ ଫୋନ, ବନ୍ୟପ୍ରାଣୀ ମୃତଦେହ, ମାଂସ ଆଦି ଜବତ କରାଯିବା ସହିତ ୨୧ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।