ଗ୍ରୀନ ମଟର...

ଗ୍ରୀନ ମଟର...

ଭୁବନେଶ୍ୱର: ଆଜିକାଲି ଖାଦ୍ୟପେୟରେ ଅସୁବିଧା ଯୋଗୁଁ ଆମେ ବିଭିନ୍ନ ପ୍ରକାରର ରୋଗର ଶିକାର ହେଇଥାଉ । କାର୍ଯ୍ୟବହୁଳତା ଓ ଅନ୍ୟକୌଣସି କାମ ଯୋଗୁଁ ଲୋକେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାରୁ ବିରତ ହୋଇଥାନ୍ତି । ସବୁଜ ପନିପରିବା ଓ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ନଖାଇଲେ ଆମେ ଅସୁସ୍ଥତାର ଶିକାର ହେଇଥାଉ । କେବଳ ବୟସ୍କ ଲୋକ ଓ ଛୋଟ ପିଲା ନୁହଁ ଏଥିପ୍ରତି ଯୁବପିଢ଼ି ମଧ୍ୟ ଧ୍ୟାନ ଦେବା ଏକାନ୍ତ ଆବଶ୍ୟକ ହୋଇଥାଏ । 

ଗ୍ରୀନ ମଟର ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ । ଏଥିରେ ପ୍ରୋଟିନ୍‌, ଆଇରନ୍‌, ଫସଫରସ୍‌, ଭିଟାମିନ୍‌-ଏ, ଭିଟାମିନ୍‌-କେ, ଭିଟାମିନ୍‌-ସି ଭରି ରହିଛି । ଏହା ମେଦ ବହୁଳତାକୁ କମାଇବାରେ ସାହାଯ୍ୟ କରିଥାଏ ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ଏକ ସର୍ଭେରୁ ଜାଣିପାରିଛନ୍ତି । ଏଥିରେ କ୍ୟାଲୋରୀ ପରିମାଣ ମଧ୍ୟ କମ୍‌ ରହିଛି । ରକ୍ତରେ ସୁଗାର ସ୍ତରକୁ ମଧ୍ୟ ଏହା ସନ୍ତୁଳିତ ରଖେ । ଏଥିରେ ଯେହେତୁ ଆଇରନ୍‌ ଓ ଫାଇବର୍‌ ରହିଛି ତେଣୁ ତାହା ପାଚନକ୍ରିୟାକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ । ଏଥିରେ ମଧ୍ୟ ମ୍ୟାଗ୍‌ନେସିୟମ୍‌ ଓ ପୋଟାସିୟମ୍‌ ରହିଛି ଯାହା ଶରୀର ପାଇଁ ବେଶ୍‌ ଉପକାରୀ । ଗ୍ରୀନ୍‌ ମଟରରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ  ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ ରଖିଥାଏ ।