ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ

ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବନେ୍ଦ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମକୁ ମୋଦୀ ଆସିପାରନ୍ତି । ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବନ୍ଦେ ଭାରତର ଲୋକାର୍ପଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଆସିପାରନ୍ତି ।  ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । 

ଗସ୍ତ ସମୟରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିବା ସହିତ ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍‌ ମଧ୍ୟ ଲୋକାର୍ପିତ କରିବାର ଯୋଜନା ରହିଛି । ଅନୁରୁପ ଭାବେ ସମ୍ୱଲପୁର-ଟିଟଲାଗଡ ରେଳ ଲାଇନ୍‌ ଦୋହରିକରଣ, ପୁରୀ ଓ କଟକ ଷ୍ଟେସନ ପୁନଃବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଝାରସୁଗୁଡ଼ା-ରାଉରକେଲା ତୃତୀୟ ଲାଇନ୍‌, ରାଉରକେଲା-ମନୋହରପୁର-ବଣ୍ଡମୁଣ୍ଡା ତୃତୀୟ ଲାଇନ, ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ୍‌, ତାଳଚେର-ବିମଲାଗଡ ନୂଆ ଲାଇନ ଶୁଭାରମ୍ଭ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।