ମିନା ବଜାର, ମେଳା, ମନୋରଂଜନ କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ପ୍ରଦାନ
ଆସନ୍ତା ନଭେମ୍ୱର ୧୪ ତାରିଖରେ ପାରାଦୀପରେ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରା ପାଇଁ ଶେଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଓଡିଶା ସରକାରଙ୍କ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ଜଗତସିଂପୁରରେ ଲୋକସଭା ସାଂସଦ ବିଭୁ ପ୍ରସାଦ ତରାଇ, ଜଗତସିଂପୁର ଜିଲ୍ଲାପାଳ, ଏସପି, ଉପ ଜିଲ୍ଲାପାଳ, ପାରାଦୀପ ପୌର ପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ କ୍ଷ ଏହି ପ୍ରସ୍ତୁତି ବୈଠକରେ ବାଲିଯାତ୍ରା କମିଟିର ବହୁ ସଦସ୍ୟମାନେ ଯୋଗ ଦେଇଥିବା ବେଳେ ବହୁ ଜନସାଧାରଣ ମଧ୍ୟ ଯୋଗ ଦେଇଥିଲେ କ୍ଷ କଳିଙ୍ଗ ବାଲିଯାତ୍ରା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ ଥିବା ବେଳେ ଏହି ବାଲିଯାତ୍ରା ପୂର୍ବ ଅପେକ୍ଷା କିପରି ଭଲ ହୋଇ ପାରିବ ସେ ନେଇ ପରାମର୍ଶ ଲୋଡା ଯାଇଥିଲା । ବର୍ଷ ଉନତ ମାନର କରିବା ପାଇଁ ପରାମର୍ଶ କରାଯାଇ ଥିଲା କ୍ଷ ଏଥିରେ ମନୋରଞ୍ଜନ, ସକ୍ଷସ୍କୃତିକ କାର୍ୟ୍ୟକ୍ରମ କରାଯିବା ସହ ପ୍ରତ୍ୟେକ ଜିଲାରୁ ସଂସ୍କୃତିକ ଅନୁଷ୍ଠାନମାନଙ୍କୁ ସାମିଲ କରାଯିବା ପାଇଁ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରସ୍ତାବ ଦେଇଥିଲେ କ୍ଷ ପୋଲିସ ପ୍ରଶାସନ ତରଫରୁ ବାର ପ୍ଲାଟୁନ ପୋଲିସ ମୁତୟନ କରାଯିବା ପାଇଁ ଜଗତସିହପୁର ଏସପି କହିଛନ୍ତି ।