କଟକ ବାଲିଯାତ୍ରା ପାଇଁ କେଁ, ବାଲିଯାତ୍ରା ବ୍ୟବସାୟୀ ସଂଘ ଦାବି କଲା ସ୍ଥାୟିତ୍ୱ

କଟକ ବାଲିଯାତ୍ରା ପାଇଁ କେଁ, ବାଲିଯାତ୍ରା ବ୍ୟବସାୟୀ ସଂଘ ଦାବି କଲା ସ୍ଥାୟିତ୍ୱ

କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ପୂର୍ବରୁ  ମୁଣ୍ଡ ଟେକିଲା ବିବାଦ । ସାମ୍ବାଦିକ ସମ୍ମିଳନୀ ଜରିଆରେ ବାଲିଯାତ୍ରା ମିଳିତ ମଞ୍ଚ ଉଠାଇଲା ପ୍ରଶ୍ନ । ଜମି ନିଲାମ ପ୍ରକ୍ରିୟା ବନ୍ଦ କରିବା ଓ ଜମି  ଵର୍ଗଫୁଟ ପିଛା  ଟଙ୍କା  କୋହଳ କରିବା ପାଇଁ ଜିଲା ପ୍ରସାସନକୁ ଦାବି କରିଛି ବାଲିଯାତ୍ରା ମିଳିତ ମଞ୍ଚ ।  ଏହା ବ୍ୟତୀତ କଟକ ବ୍ୟବସାୟୀମାନଙ୍କୁ ପ୍ରାଧାନ୍ୟ ଦିଆଯାଉ, ବାଲିଯାତ୍ରା ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରତୀକ। କଟକର ଟେଣ୍ଟ ହାଉସ , ଦୋଳି ବ୍ୟବସାୟୀ , ଅନ୍ୟାନ୍ୟ କ୍ଷୁଦ୍ର ବ୍ୟବସାୟୀ ପ୍ରତିବର୍ଷ ବାଲିଯାତ୍ରା କୋଟି କୋଟି ଟଙ୍କାର ବ୍ୟବସାୟ କରିଥାନ୍ତି ଓ ଲାଭନ୍ବିତ ହୋଇଥାନ୍ତି। କିନ୍ତୁ ବିଗତ କିଛି ବର୍ଷ ହେବ କଟକରେ ଲାଗି ରହିଥିବା କିଛି ଅସହିଷ୍ଣୁ ନିୟମ ବ୍ୟବସାୟିମାନଙ୍କୁ କୁଠାରଘାତ କରିଛି। ଯାହାକୁ ଚଳିତବର୍ଷ ପରିବର୍ତ୍ତନ କରିବା ପାଇଁ ଦାବି କରିଛି ବାଲିଯାତ୍ରା ବ୍ୟବସାୟୀ ସଂଘ। ଯଦି ଏହି ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ ମଞ୍ଚ ଯେଉଁ ନିଷ୍ପତି ନେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବାଲି ସଂଘ ଚେତାବନୀ ଦେଇଛି ।