ଗ୍ରହ ଅନୁସାରେ ଫଳ
ବିଭିନ୍ନ ପ୍ରକାର ଫଳ ରସ ପିଇବା ଦ୍ୱାରା ଗ୍ରହଙ୍କ ଶୁଭ ଦୃଷ୍ଟି ପଡିବା ସହ ଅନେକ ସମସ୍ୟା ଦୂର ହୋଇଥାଏ । ସ୍ୱାସ୍ଥ୍ୟର ମଧ୍ୟ ଉପକାର ହୋଇଥାଏ । ଅନେକ ପ୍ରକାର ଫଳ ଓ ପନିପରିବା ଖାଇବା ଦ୍ୱାରା ଗ୍ରହଙ୍କ ଶୁଭଫଳ ମିଳିଥାଏ । ସୂର୍ଯ୍ୟ ଯଶ, ମାନସମ୍ମାନ ଆଦିର କାରକ ଅଟନ୍ତି । ସୂର୍ଯ୍ୟଙ୍କ ନକରାତ୍ମକ ପ୍ରଭାବ ଦୂର ପାଇଁ ଓ ଶୁଭଫଳ ପାଇଁ ବିଟ୍ , ଡାଳିମ୍ବ, ଟମାଟୋ, ଆମ୍ବ ରସର ସେବନ କରିବା ଉଚିତ । ଏହାଦ୍ୱାରା ସକରାତ୍ମକ ପ୍ରଭାବ ମିଳିଥାଏ । ଚନ୍ଦ୍ରମା ମନ, ସୌନ୍ଦର୍ଯ୍ୟ, ମାନସିକ ଶାନ୍ତିର କାରକ କୁହାଯାଏ ।
ଚନ୍ଦ୍ରମାଙ୍କ ଶୁଭଫଳ ପାଇଁ ଲିଚୁ, ତରଭୂଜ ଓ ଆଖୁ ରସ ପିଇବା ଆବଶ୍ୟକ । ଡାଳିମ୍ବ, ବିଟ୍ , ଟମାଟୋ ଜୁସ ପିଇବା ଦ୍ୱାରା ମଙ୍ଗଳଙ୍କ କୁପ୍ରଭାବ ଦୂର ହୋଇ ଶୁଭଫଳ ମିଳିଥାଏ । ବୁଧ ଉତ୍ତମ ବାଣୀ, ଜ୍ଞାନର କାରକ ବୋଲି କୁହାଯାଏ । ନିୟମିତ ନାସପାତି, ଅଁଳା ଜୁସ ପିଇବା ଦ୍ୱାରା ବୁଧଙ୍କ ଶୁଭଫଳ ମିଳିଥାଏ । ଗୁରୁଙ୍କୁ ଧନ, ଜ୍ଞାନ, ଯଶର କାରକ ମଧ୍ୟ କୁହାଯାଏ ।
ଗୁରୁଙ୍କ ଶୁଭଫଳ ପ୍ରାପ୍ତି ପାଇଁ କଦଳୀ, ପାଚିଲା ଅମୃତଭଣ୍ଡା, କମଳା, ଆଦି ଜୁସର ସେବନ କରନ୍ତୁ । ଐଶ୍ୱର୍ଯ୍ୟ, ଧନ, ସୁଖ ସୁବିଧା ଓ ସୌନ୍ଦର୍ଯ୍ୟର ପ୍ରତୀକ ଶୁକ୍ର ଗ୍ରହ ବୋଲି କୁହାଯାଏ । ଶୁକ୍ରଙ୍କ ଶୁଭଫଳ ପାଇଁ ଲିଚୁ, ତରଭୂଜ, ମୂଳା, ଆଦିର ଜୁସ ପିଇବା ଦ୍ୱାରା ଶୁଭଫଳ ମିଳିଥାଏ । ଶନି,ରାହୁ,କେତୁଙ୍କର ଶୁଭଫଳ ପାଇଁ ବିଭିନ୍ନ କଳାରଙ୍ଗର ଫଳ , ପନିପରିବା ସହ କଳା ଅଙ୍ଗୁର ରସ ପିଅନ୍ତୁ ।




admin 