ନକଲି ଯବାନ କାବୁ
ପୁରୀ: ସ୍ବାଧୀନତା ଦିବସ ପାଳନ ଅବସରରେ ତାଳବଣିଆ ପରେଡ ପଡ଼ିଆରୁ ଜଣେ ନକଲି ଯବାନକୁ ପୁଲିସ କାବୁ କରିଛି। ସାମ୍ବାଦିକଙ୍କ ଚୌକିରେ ବସିଥିବାବେଳେ କାବୁ କରିଛି ପୁଲିସ। ନକଲି ଯବାନକୁ କାବୁ କରିବା ପରେ ଥାନାରେ ପୁଲିସ ଅଟକ ରଖିଛି ଏବଂ ଯୁବକଜଣକ କୁମ୍ଭାରପଡ଼ା ଅଞ୍ଚଳର ବୋଲି ସୂଚନା ମିଳିଛି। କିଏ ଓ କାହିଁକି ଯବାନ ବେଶରେ ଆସିଥିଲେ ତାହା ଜଣାପଡ଼ିନାହିଁ।
ପରେଡ ପଡ଼ିଆ ଏନସିସି ଅଫିସର ସନ୍ଦେହରେ ନକଲି ଯବାନଙ୍କ ସହିତ କଥାବାର୍ତ୍ତା କରିଥିଲେ। କଥାବାର୍ତ୍ତା ସମୟରେ ସେ ଜଣେ ନକଲି ଯବାନ ବୋଲି ଜଣାପଡ଼ିଥିଲା। ତାଙ୍କ ୟୁନିଫର୍ମରେ ସୁନିଲ କୁମାର ଲେଖାଯାଇଥିଲା। ଆମେ ନକଲି ଯବାନଙ୍କୁ ଅଟକ ରଖିଛି ଏବଂ ତଦନ୍ତ ଜାରି ରହିଛି ବୋଲି ଅତିରିକ୍ତ ଏସପି ସୁଶୀଲ ମିଶ୍ର ପ୍ରକାଶ କରିଛନ୍ତି।




admin 