ହିମାଚଳରେ ଜଳ ପ୍ରଳୟ ଓ ଭୂ-ସ୍ଖଳନ: ୬୦ ମୃତ
ସିମଲା: ହିମାଚଳ ପ୍ରଦେଶ ଉପରେ ପଡ଼ିଛି ପ୍ରକୃତିର କୋପ । ଥମିବାର ନାଁ ଧରୁନାହିଁ ଜଳ ପ୍ରଳୟ ଓ ଭୂ-ସ୍ଖଳନ । ଲଗାଣ ବର୍ଷରେ ତାସ୍ର ଘର ପରି ମାଟିରେ ଲୋଟିପଡ଼ୁଛି ବଡ଼ ବଡ଼ ବିଲ୍ଡିଂ । ଜଳ ସମାଧି ନେଉଛି ମୋଟର ଗାଡ଼ି । ମନ୍ଦିର ଭୁଶୁଡ଼ୁଛି, ପୋଲ ଭାଙ୍ଗି ଯାଉଛି । ଶନିବାର ଠାରୁ ଜାରି ରହିଥିବା ଲଗାଣ ବର୍ଷା ବନ୍ଦ ହେବାର ନାଁ ଧରୁନାହିଁ ।
ସିମିଲାର କୃଷ୍ଣନଗର ଓ ବିଷ୍ଣୁ ମନ୍ଦିର ଅଂଚଳରେ ପୁଣି ଭୁ-ସ୍ଖଳନ ହୋଇଛି। ଏଥିରେ ୬ଟି ଘର ଧୋଇଯାଇଛି। ଅନେକ ଘର ବିପଦ ସଂକୁଳ ଅବସ୍ଥାରେ ରହିଛି । ବିଲ୍ଡିଂ ଧସିଯିବା ଫଳରେ ମାଟି ତଳେ ଚାପି ହୋଇ ଅନେକ ଲୋକ ରହିଛନ୍ତି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ରେସକ୍ୟୁ ଟିମ୍ ଉଦ୍ୟମ ଜାରି ରିଖିଛି । ଲଗାଣ ବର୍ଷା, ବନ୍ୟା ଏବଂ ଭୂ-ସ୍ଖଳନ ଯୋଗୁଁ ସାରା ରାଜ୍ୟରେ ସ୍ଥିତି ବେହାଲ ହୋଇଯାଇଛି। ପ୍ରାକୃତିକ ବିପର୍ୟ୍ୟୟରେ ଏ ପର୍ୟ୍ୟନ୍ତ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଶତାଧିକ ଲୋକ ନିଖୋଜ ହୋଇଥିବା ବେଳେ ବର୍ତ୍ତମାନ ସୁଧା ୨୬ଜଣ ମାଟି ତଳେ ଫସିରହିଥିବା କୁହାଯାଉଛି ।




admin 