ଅନନ୍ତନାଗ ଏନକାଉଣ୍ଟର, ଆଉ ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ଅନନ୍ତନାଗରେ ହୋଇଥିବା ଗୁଳିବିନିମୟରେ ଆଉ ଜଣେ ଯବାନ ସହିଦ । ଗତକାଲି ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଆହତ ହୋଇଥିବା ଯବାନ ସହିଦ ହୋଇଛନ୍ତି । ଏବେ ବି ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି ।
ଡ୍ରୋନ୍ ସାହାଯ୍ୟରେ ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଉଛି । ବୁଧବାର ଅନନ୍ତନାଗ ଓ ରାଜୌରିରେ ଆତଙ୍କବାଦୀଙ୍କ ସହ ଆକ୍ରମଣ ବେଳେ ୪ ଜଣ ଯବାନ ସହିଦ ହୋଇଥିଲେ । ଏହା ପରେ ବି ଅନନ୍ତନାଗରେ ଗୁଳି ବିନିମୟ ହୋଇଥିଲା । ଏହା ପରେ ସେହି ଅଞ୍ଚଳ ଉପରେ ନଜର ରଖିବା ପାଇଁ ପୋଲିସ ଓ ସୁରକ୍ଷାବଳକୁ ଛୋଟ କ୍ୱାଡକପ୍ଟର ଓ ବଡ଼ ଡ୍ରୋନ୍ ଯୋଗାଇ ଦିଆଯାଇଛି ।