ଭୋଜନ କରିବା ପୂର୍ବରୁ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ

ଭୋଜନ କରିବା ପୂର୍ବରୁ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ

ଭୋଜନ କରିବା ପୂର୍ବରୁ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଯାହାର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡିଥାଏ। ହିନ୍ଦୁଧର୍ମରେ ଭୋଜନକୁ ଯଜ୍ଞ ସହ ତୁଳନା କରାଯାଇଛି। ତେଣୁ ଯଜ୍ଞ ସର୍ବଦା ଦକ୍ଷିଣ ହସ୍ତରେ କରିବା ଦ୍ୱାରା ହିଁ ଏହାର ପ୍ରକୃତ ମହତ୍ତ୍ୱ ସାଧିତ ହୋଇଥାଏ। ତେଣୁ ଦକ୍ଷିଣ ହସ୍ତରେ ଖାଦ୍ୟ ଖାଇବା ଦ୍ୱାରା ମନ ଓ ଶରୀରକୁ ଶାନ୍ତି ପ୍ରାପ୍ତି ହୋଇଥାଏ। ଦକ୍ଷିଣ ହସ୍ତକୁ ସୂର୍ୟ୍ୟ ନାଡ଼ିର ପ୍ରତିନିଧତ୍ୱ କୁହାଯାଇଥାଏ। ଏହି ହସ୍ତରେ ଭୋଜନ କରିବା ଦ୍ୱାରା ଶରୀରକୁ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଖାଦ୍ୟ ସଠିକ୍‍ ଭାବେ ହଜମ ହୋଇଥାଏ। ଶାନ୍ତି ଅନୁଭବ ହୋଇଥାଏ ବୋଲି କୁହାଯାଏ।

ଭୋଜନ ଥାଳିରେ କଦାପି ଏକାସହ ୩ଟି ରୁଟି ରଖି ଖାଆନ୍ତୁ ନାହିଁ । ଏକାସହ ୩ଟି ରୁଟି ମଧ୍ୟ ପରଷନ୍ତୁ ନାହିଁ । କୌଣସି ଶୁଭ କାର୍ୟ୍ୟରେ ୩ ଅଙ୍କ ବିଶିଷ୍ଟ ଜିନିଷ ବାରଣ କରାଯାଇଥାଏ । ଭୋଜନ ମଧ୍ୟ ଶୁଭ। ତେଣୁ ଏକାସହ ୩ ସଂଖ୍ୟାରେ ପରଷା ଯିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । ଭୋଜନ କରିବା ପୂର୍ବରୁ ୨ ହାତ, ଗୋଡ, ମୁହଁକୁ ଭଲ ଭାବେ ଧୋଇ ଭୋଜନ କରିବା ଉଚିତ। ଭୋଜନରେ ପ୍ରଥମେ ଯେକୌଣସି ତରକାରୀ ଖାଆନ୍ତୁ। ଏହାଦ୍ୱାରା ପାଚନତନ୍ତ୍ର ସୁସ୍ଥ ରହିଥାଏ। ଭୋଜନ ପ୍ରସ୍ତୁତ ହେବା ମାତ୍ରେ ପ୍ରଥମେ କିଛି ଅଗ୍ନିଙ୍କୁ ସମର୍ପଣ କରନ୍ତୁ। ଭୋଜନ କରିବା ସମୟରେ ଖାଦ୍ୟ ପ୍ରତି ଯଥେଷ୍ଟ ସମ୍ମାନ, ଖୁସି ଓ ଶାନ୍ତିରେ ଖାଇବା ଉଚିତ।

କଦଳୀ ପତ୍ରରେ ଖାଇବା ଦ୍ୱାରା ଆୟୁଷ ବଢ଼ିଥାଏ। ଭଗବାନଙ୍କ ନିକଟରେ ଏହି ପତ୍ରରେ ଭୋଗ ଲଗାଯାଉଥିବାରୁ ଏଥିରେ ଖାଇବା ଦ୍ୱାରା ଧାର୍ମିକ ଭାବନା ସୃଷ୍ଟି ହୋଇଥାଏ। ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଲାଗିଥାଏ।କଦଳୀ ପତ୍ରରେ ବହୁ ପ୍ରକାର ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଯାହା ବହୁ ପତ୍ର ବିଶିଷ୍ଟ ଶାଗରୁ ମିଳିଥାଏ। ତେଣୁ ଏହି ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଆମକୁ ବିଭିନ୍ନ ଆଣ୍ଟି-ଅକ୍ସିଡ଼ାଣ୍ଟ ମିଳିଥାଏ। ଭୋଜନ କରିବା ପୂର୍ବରୁ ଦେବାଦେବୀଙ୍କୁ ସ୍ମରଣ କରିବା ଉଚିତ। ଏହାସହ ଭୋଜନରୁ କିଛି ଅଂଶ ଗାଈ, କାଉ ଅଥବା କୁକୁରଙ୍କୁ ମଧ୍ୟ ଦେବା ଉଚିତ। ସର୍ବଦା ପୂର୍ବ ଅଥବା ଉତ୍ତର ଦିଗକୁ ମୁହଁ କରି ଖାଦ୍ୟ ଖାଇବା ଉଚିତ। ଭୋଜନର ଥାଳିକୁ ସର୍ବଦା ସମତଳ ସ୍ଥାନ, ଆସନ, ଟେବୁଲ ଉପରେ ସମ୍ମାନର ସହ ରଖନ୍ତୁ। ଖାଦ୍ୟ ଖାଇବା ସମୟରେ କଥାବାର୍ତ୍ତା କିମ୍ବା ଅନ୍ୟମନସ୍କ ହୁଅନ୍ତୁ ନାହିଁ।

ଯାହା ଆମ ତ୍ୱଚା ପାଇଁ ଖୁବ ଲାଭଦାୟକ। ଖାଦ୍ୟ ଗରମ ଥିବା ସମୟରେ ଏହାକୁ କଦଳୀ ପତ୍ରରେ ଖାଇବା ଦ୍ୱାରା ଏହି ପତ୍ରରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟକୁ ଆସିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ମାନସିକ ଶାନ୍ତି ମିଳିଥାଏ। ଖାଦ୍ୟ ଖାଇବା ମାତ୍ରେ ଏକ ଭିନ୍ନ ଆତ୍ମସନ୍ତୋଷ ଲାଭ ହୋଇଥାଏ। ନିୟମିତ କଦଳୀ ପତ୍ରରେ ଖାଦ୍ୟ ଖାଇଲେ କେଶ ସୁନ୍ଦର ଓ ଘନ ହୋଇଥାଏ। ଏଥିରେ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଯଥା କୋଷ୍ଠକାଠିନ୍ୟ, ଏସିଡ଼ିଟି, ବଦହଜମି ଆଦି ଦୂର ହୋଇଥାଏ।