ରାଷ୍ଟ୍ରପତିଙ୍କ ମଞ୍ଜୁରୀ: ଆଇନରେ ପରିଣତ ହେଲା ଦିଲ୍ଲୀ ବିଲ୍

ରାଷ୍ଟ୍ରପତିଙ୍କ ମଞ୍ଜୁରୀ: ଆଇନରେ ପରିଣତ ହେଲା ଦିଲ୍ଲୀ ବିଲ୍

ନୂଆଦିଲ୍ଲୀ:  ଆଇନରେ ପରିଣତ ହେଲା ଦିଲ୍ଲୀ ବିଲ୍ । ଏହି ବିଲକୁ ମିଳିଛି ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଭାରତ ସରକାର ଏନେଇ ଅଧିସୂଚନା ଜାରି କରିଛନ୍ତି । ଦିଲ୍ଲୀ ସେବା ବିଲକୁ ରାଷ୍ଟ୍ରପତି ମଂଜୁୁରୀ ଦେବା ପରେ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର ଅଧିନିୟମ ୨୦୨୩କୁ ଲାଗୁ କରିବାକୁ ନୋଟିଫିକେସନ୍ ଜାରି କରିଥିବା ସୂଚନା ରହିଛି ।

ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିବା ବାକି ୩ଟି ଚିଠା ବା ‘ବିଲ୍‌’ ମଧ୍ୟରେ ରହିଛି, ‘ଡିଜିଟାଲ୍‌ ପର୍ସଲାନ୍‌ ଡାଟା ପ୍ରୋଟେକ୍ସନ୍‌ ବିଲ୍‌’, ‘ଦି ରେଜିଷ୍ଟ୍ରେସନ୍‌ ଅଫ୍‌ ବାର୍ଥସ୍‌ ଆଣ୍ଡ୍‌ ଡେଥ୍‌ସ୍‌ (ଆମେଣ୍ଡ୍‌ମେଣ୍ଟ୍‌) ବିଲ୍‌’, ‘ଦି ଜନ ବିଶ୍ବାସ (ଆମେଣ୍ଡ୍‌ମେଣ୍ଟ୍‌ ଅଫ୍‌ ପ୍ରୋଭିଜନ୍‌) ବିଲ୍‌, ଏବଂ ‘ଗଭର୍ଣ୍ଣମେଣ୍ଟ୍‌ ଅଫ୍‌ ନ୍ୟାସ୍‌ନାଲ୍‌ କ୍ୟାପିଟାଲ୍‌ ଟେରିଟରି ଅଫ୍‌ ଡେଲି (ଆମେଣ୍ଡ୍‌ମେଣ୍ଟ୍‌) ବିଲ୍‌’। ରାଷ୍ଟ୍ରପତିଙ୍କ ସ୍ବାକ୍ଷର ପାଇବା ପରେ ଏ ସବୁ ଏବେ ଆଇନରେ ପରିଣତ ହୋଇଛି। 

ଉପରୋକ୍ତ ‘ବିଲ୍‌’ଗୁଡ଼ିକ ମଧ୍ୟରୁ ଅନ୍ୟୂନ ୨ଟି ‘ବିଲ୍‌’କୁ ବିରୋଧୀ ଦଳ ତୀବ୍ର ବିରୋଧ କରୁଥିଲେ। ସେଥିରୁ ‘ଗଭର୍ଣ୍ଣମେଣ୍ଟ୍‌ ଅଫ୍‌ ନ୍ୟାସ୍‌ନାଲ୍‌ କ୍ୟାପିଟାଲ୍‌ ଟେରିଟରି ଅଫ୍‌ ଡେଲି (ଦିଲ୍ଲୀ)(ଆମେଣ୍ଡ୍‌ମେଣ୍ଟ୍‌) ବିଲ୍‌’ ଗୋଟିଏ। ଅଗଷ୍ଟ ୧ ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଚିଠାକୁ ଲୋକସଭାରେ ଆଗତ କରିଥିଲେ।

ଜାତୀୟ ରାଜଧାନୀରେ ଅମଲା ସେବା ଉପରେ ନିୟନ୍ତ୍ରଣ ସଂକ୍ରାନ୍ତ ବିବାଦୟୀ ଅଧ୍ୟାଦେଶ ଉଠାଇବା ପାଇଁ ଏହି ଚିଠା ଆଗତ କରାଯାଇଥିଲା। ଏହି ‘ବିଲ୍‌’ ବା ଅଧିନିମୟ ଆଇନରେ ପରିଣତ ହେଲେ ବଳରେ ଜାତୀୟ ରାଜଧାନୀରେ ଅମଲାମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ବ ରହିବ।