ହସ୍ପିଟାଲ ଭିତରେ ଡାକ୍ତରଙ୍କୁ ନିର୍ଦ୍ଧୁମ ଛେଚିଲେ
ଭୁବନେଶ୍ୱର : ହସ୍ପିଟାଲ ଭିତରେ ପଶିଲେ ଡାକ୍ତରଙ୍କୁ ନିର୍ଦ୍ଧୁମ ଛେଚିଲେ। ସିକ୍ୟୁରିଟିଙ୍କ ପାଖରୁ ଆରମ୍ଭ କରି ଯାହାକୁ ପାରିଲେ ତାକୁ ମାରିଲେ। କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହେଲେ ଭୁବନେଶ୍ବରର ଶ୍ରୀ ହସ୍ପିଟାଲ ଭିତରେ। ଦୃଶ୍ୟ କୟଦ ହୋଇଛି ସିସିଟିଭିରେ। ଏଥିନେଇ ବଡଗଡ ଥାନାରେ ହସ୍ପିଟାଲ ତରଫରୁ ଏକ ମାମଲା ରୁଜୁ ହୋଇଛି । ଆକ୍ରମଣ କରିଥିବା ଯୁବକ ମାନଙ୍କର ଜଣେ ସମ୍ପର୍କୀୟଙ୍କୁ ଉକ୍ତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ଆସିଥିଲେ। ହେଲେ ରୋଗୀର ସ୍ୱାସ୍ଥ୍ୟବସ୍ଥାରେ ଅନେକ ସମସ୍ୟା ରହିଥିଲା ।
ଯାହାର ଚିକିତ୍ସା ଅନ୍ୟ ହସ୍ପିଟାଲରେ ହୋଇପାରିବ ବୋଲି ସ୍ପଷ୍ଟ କରିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ହେଲେ କିଛି ନଶୁଣିକି ଏଠାରେ ଚିକିତ୍ସା କରାଯାଉ ବୋଲି ଜିଦ୍ ଧରିଥିଲେ ପରିବାର ଲୋକେ । ହେଲେ ରୋଗୀଙ୍କ ରୋଗ ଅନୁସାରେ ଭଲ ଟ୍ରିଟମେଣ୍ଟ ପାଇଁ ଅନ୍ୟ ହସ୍ପିଟାଲରେ ସେହି ସୁବିଧା ରହିଛି ବୋଲି ବୁଝେଇବା ଫଲରେ, ରୋଗୀଙ୍କ ସଂପର୍କୀୟ ମାନେ ଭୁବନେଶ୍ଵରରେ ଏକ ବଡ଼ ହସ୍ପିଟାଲ୍ କୁ ରୋଗୀକୁ ନେଇଥିଲେ।
ହେଲେ ସେଠାରେ ସେହି ରୋଗୀର ମୃତୁ ହେବା ପରେ, ସେହି ରୋଗୀଙ୍କ ସମ୍ପକ୍ରିୟ ମାନେ ଶ୍ରୀ ହସ୍ପିଟାଲକୁ ଅସିକି ଏମିତି ଉନ୍ମତ କାଣ୍ଡ ଘଟାଇଥିଲେ । ଯାହାକୁ ପାରିଥିଲେ ତାକୁ ମାରିଲେ। ଯାହାକୁ ନେଇକି ହସ୍ପିଟାଲରେ ଆତଙ୍କ ଖେଳି ଯାଇଥିଲା। ଅନ୍ୟ ରୋଗୀ ମାନେ ବି ଭୟଭୀତ ହୋଇ ପଡ଼ିଥିଲେ। ସେମାନଙ୍କ ଆକ୍ରମଣରେ ଜଣେ ଡ଼ାକ୍ତର ଗୁରୁତର ଆହତ ହୋଇଛନ୍ତି।




admin 