ଏହି ସବୁ ଉପହାର ଦେଇପାରିବେ ଦୀପାବଳି ଅବସରରେ

ଏହି ସବୁ ଉପହାର ଦେଇପାରିବେ ଦୀପାବଳି ଅବସରରେ

ଆଲୋକର ପର୍ବ ଦୀପାବଳି ଆମ ଭାରତୀୟମାନଙ୍କର ଏକ ବଡ଼ ଉତ୍ସବ ହୋଇଥାଏ। ଏହି ଦିନ ଆସିବାର ଅନେକ ଆଗରୁ ଆ‌ମ ତା’ର ପ୍ରସ୍ତୁତି ଆରମ୍ଭ କରି ଦେଇଥାଉ। ଘର ସଫାରୁ ନେଇ ସାଜସଜା ଓ ଅତିଥିମାନଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିବା ଆଦି ଆରମ୍ଭ ହୋଇ ଯାଇଥାଏ। ତେବେ ଦୀପାବଳିରେ ଉପହାର ଦେବାନେବା ଏକ ପୁରୁଣା ପ୍ରଥା। ତେବେ ଚାଲନ୍ତୁ ଜାଣିବା ଏହି ଆଲୋକର ପର୍ବ ଅବସରରେ ଆମେ ନିଜର ଲୋକଙ୍କୁ ଖୁସି କରିବା ପାଇଁ କ’ଣ ସବୁ ଉପହାର ଆକାରରେ ଦେଇପାରିବା। ପ୍ରଥମତଃ ଦୀପାବଳିରେ ଦୀପଠାରୁ ଭଲ ଉପହାର ଆଉ କିଛି ହୋଇପାରେନା। ଆତ୍ମୀୟଙ୍କୁ ସୁନ୍ଦର ମାଟିର ଦୀପ ଉପହାର ଆକାରରେ ଦେଇ ଶୁଭେଚ୍ଛା ଜଣାନ୍ତୁ। ଏହା ଆପଣଙ୍କ ପାଇଁ ଶୁଭଙ୍କର ହେବ। 

ଦୀପ ବ୍ୟତିତ ଆପଣ ମିଠା ପ୍ୟାକେଟ୍‌ ବି ଦେଇପାରିବେ। ଦୀପାବଳିରେ ମୁହଁ ମିଠା କରିବା ଅତି ସାଧାରଣ କଥା। ଏହି ଦିନ ସମସ୍ତଙ୍କ ଘରେ ମିଠା ଥାଏ। ମିଠା ଖାଇ ଲୋକେ ଏହି ଦିନକୁ ମନାଇଥାନ୍ତି। ତେବେ ଆପଣ ବି ନିଜ ଆତ୍ମୀୟଙ୍କୁ ମିଠା ପ୍ୟାକେଟ୍‌ ଦେଇ ଶୁଭେଚ୍ଛା ଜଣାଇ ପାରନ୍ତି। ‘ୱିଣ୍ଡ୍‌ ଚା‌ଇମ୍ସ’କୁ ଘର ଟାଙ୍ଗିବାକୁ ଖୁବ୍ ଶୁଭ ମନାଯାଏ। ଆପଣ ଏହାକୁ ଉପହାର ଆକାରରେ ବି ଦେଇପାରିବେ। ଏହାକୁ ଉପହାର ଦେବା ଦ୍ବାରା ସଂପର୍କ ଦୃଢ଼ ହୋଇଥାଏ ବୋଲି ବିଶ୍ବାସ କରାଯାଏ। ଏହା ଛଡ଼ା ଆପଣ ଦୀପାବଳି ଅବସରରେ ନୂଆ ବସ୍ତ୍ର ମଧ୍ୟ ଦାନ କରିପାରନ୍ତି। ଯାହାକୁ ଏହି ଆଲୋକର ପର୍ବରେ ଆପଣଙ୍କ ସଂପର୍କୀୟ ବା ବନ୍ଧୁ ପରିଧାନ କରିପାରିବେ।