ଅଙ୍ଗନୱାଡି କର୍ମୀଙ୍କୁ ଆକ୍ରମଣ ଘଟଣାରେ ନୂଆ ମୋଡ

ଅଙ୍ଗନୱାଡି କର୍ମୀଙ୍କୁ ଆକ୍ରମଣ ଘଟଣାରେ ନୂଆ ମୋଡ

ଅଙ୍ଗନୱାଡି କର୍ମୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ ଘଟଣାରେ ଆସିଲା ନୂଆ ମୋଡ ।  ସାମ୍ବାଦିକ ସମ୍ମିଳନୀ କରି ଗ୍ରାମବାସୀ ଆଣିଲେ ସାଙ୍ଘାତିକ ଅଭିଯୋଗ ।  ନ୍ୟାୟ ନମିଳିଲେ, ସିଂଲା ଥାନା ଆଗରେ ଗ୍ରାମବାସୀ ଧାରଣା ଦେବା ସହ ରାଜରାସ୍ତା କୁ ଉଲ୍ହାଇବା ନେଇ ଦେଲେ ଚେତାବନୀ ।  ସୂଚନା ଅନୁଯାୟୀ ମହାପଦା ଗ୍ରାମ ର ଅଙ୍ଗନୱାଡି କର୍ମୀ ଉର୍ମିଳା ସାମଲ ଗତ 13  ତାରିଖ ରେ ଅଙ୍ଗନୱାଡି କେନ୍ଦ୍ର ପରିଚାଳନା କରୁଥିବା ବେଳେ ଛୁଟି ହେବା ପରେ ସମସ୍ତ ପିଲାଙ୍କୁ ଘରକୁ ପଠାଇ ଦେଇ ଥିଲେ । କିନ୍ତୁ ମାତ୍ର ଜଣେ ପିଲାକୁ ଘର ଘରକୁ ନଛାଡି ଅଙ୍ଗନବାଡୀ କେନ୍ଦ୍ର ଭିତରେ ତାଲା ବନ୍ଦ କରି ରଖି ଥିା ନେଇ ଅଭିଯୋଗ ହୋଇଥିଲା ! ପିଲା ଟି ଘରେ ପହଞ୍ଚିବା ବିଳମ୍ବ ହେବାରୁ, ପିଲା ର ମା ଖୋଜା ଖୋଜି ଅଙ୍ଗନବୱାଡି କର୍ମୀ ଙ୍କୁ ପିଲା ବାବଦରେ ପଚାରିବାରୁ ଅଙ୍ଗନୱାଡି କର୍ମୀ ଜଣକ ପିଲା ଏଠାରେ ନାହି ବୋଲି କାଳେ ସୂଚନା ଦେଇଥିଲେ ।

ତେବେ ଅଙ୍ଗନୱାଡି  କର୍ମୀ ଉର୍ମିଳା ସାମଲ ସୁଭଦ୍ରା ଯୋଜନା ରେ ଫର୍ମ ବାଣ୍ଟିବାକୁ ନେଇ ଗ୍ରାମବାସୀ ମାନେ ତାଙ୍କୁ ଆକ୍ରମଣ କରିଛନ୍ତି ବୋଲି ଥାନା ରେ ମିଥ୍ଯା ଅଭିଯୋଗ କରି ଥିଲେ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି !ଯାହା ଫଳରେ ସିଂଲା ଥାନା ପୋଲିସ ମହାପଦା ଗ୍ରାମରେ ଚଢଉ କରି 3 ଜଣ ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା ! ତେବେ ଅଙ୍ଗନୱାଡି କର୍ମୀ ଙ୍କୁ ଗିରଫ କରିବା ବଦଳରେ ବିନା କୌଣସି ତଦନ୍ତ କରି 3 ଜଣ ମହିଳା ଙ୍କୁ ରାତି ଅଧରେ ପୋଲିସ ଗିରଫ କରିବା ଘଟଣା  କୁ ନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ! ଅଙ୍ଗନୱାଡି କର୍ମୀ ଉର୍ମିଳା ସାମଲ ପୂର୍ବରୁ ଜଣେ ପିଲା କୁ ମାରି 5 ବର୍ଷ  ଜେଲ୍ ଯାଇ ଥିବା ଗ୍ରାମବାସୀ ମାନେ ସାଂଘାତିକ ଅଭିଯୋଗ କରିଛନ୍ତି ! ତେଣୁ ଘଟଣା ର ତଦନ୍ତ କରି ଅଙ୍ଗନୱାଡି କର୍ମୀ ଙ୍କୁ ନିଲମ୍ବନ କରିବା ସହ ଗ୍ରାମବାସୀ ଙ୍କୁ ନ୍ଯାୟ ପ୍ରଦାନ ପାଂଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗ୍ରାମବାସୀ ଦାବି କରିଛନ୍ତି !