ଜିତିଗଲେ ଦୀପାଳି
ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ୧୮ ରାଉଣ୍ଡ ଭୋଟ ଗଣତି ହେବାର ଥିବାବେଳେ ଦୀପାଳି ଦାସ ବାଜିମାତ କରିଛନ୍ତି । ୧୫ ରାଉଣ୍ଡ ଗଣତି ଶେଷ ହୋଇଥିବାବେଳେ ଦୀପାଳି ବିଜୟ ପାଇଁ ଆବଶ୍ୟକୀୟ ଭୋଟ ହାସଲ କରିଛନ୍ତି । ଝାରସୁଗୁଡ଼ାରେ ୧ ଲକ୍ଷ ୭୩ ହଜାରରୁ ଉଦ୍ଧ୍ୱର୍ ମତଦାନ ହୋଇଥିଲା । ଫଳରେ ବିଜୟ ସକାଶେ ପାଖାପାଖି ୮୭ହଜାର ଭୋଟର ଆବଶ୍ୟକତା ରହିଥିଲା । ଦୀପାଳିଙ୍କୁ ୮୯ ହଜାରରୁ ଉଦ୍ଧ୍ୱର୍ ଭୋଟ ମିଳିଛି । ଇତିମଧ୍ୟରେ ଦୀପାଳି ଏହି ଅଙ୍କ ଛୁଇଁ ସାରିଛନ୍ତି । ଫଳରେ ନବୀନଙ୍କ ଲୋକପ୍ରିୟତା କାଏମ ରହିଥିବା ବାର୍ତା ଯାଇଛି । ଅପରପକ୍ଷରେ ବିଜେପି ଲଢେଇ କରିଥିଲେବି ବହୁ ପଛରେ ପଡ଼ିଯାଇଛି । ସେପଟେ କଂଗ୍ରେସ ପୂର୍ବଭଳି ସ୍ଥିତି ଜାହିର କରିବାରେ ବିଫଳ ହୋଇଛି । ପଦ୍ମପୁର ପରେ ପୁଣି ଥରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟଯେ, ଆଜି ସକାଳ ୮ଟାରୁ ଝାରସୁଗୁଡ଼ା ଭୋଟ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୧୮ ରାଉଣ୍ଡର ଗଣତି କରାଯିବ । ପ୍ରତି ଟେବୁଲରେ ଗୋଟିଏ ଲେଖାଏଁ ବୁଝର ଗଣତି ହେବ । ମଧ୍ୟାହ୍ନ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ବାହାରିବ ବୋଲି ଆକଳନ କରାଯାଇଛି ।




admin 