ଟ୍ରେନରୁ ଖସି ଦୁଇ ଯୁବକ ମୃତ

ସୋର : ଟ୍ରେନରୁ ଖସି ଦୁଇ ଯୁବକଙ୍କ ମୃତ୍ୟୁ । ମଙ୍ଗଳପୁର ଅଂଚଳରେ ଜଣେ ଓ ପାଟନା ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ । ତେବେ ଟ୍ରେନ୍ରୁ ଖସିପଡି ତାଙ୍କର ମୃତ୍ୟୁ ହୋଇଛି । ରେଲୱେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଛି ।
ଟ୍ରେନରେ ଯାତ୍ରା କରିବା ବେଳେ ଦୁଇ ଯୁବକ ଖସିପଡିଥିଲେ । ଫଳରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସଂଗେ ସଂଗେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ଘଟଣାପରେ ଭୟର ବାତାବରଣ ଖେଳିଯାଇଛି ।
ବିଳମ୍ୱିତ ରାତିରେ ଡାଉନ୍ ଜଗନ୍ନାଥ ଏକ୍ସପ୍ରେସରେ ମଙ୍ଗଳପୁର ଅଂଚଳର ଯୁବକ ହରେକୃଷ୍ଣ ପାଣ୍ଡେ କୋଲକତା ଯାଉଥିବା ବେଳେ ଟ୍ରେନ ଖସି ପଡ଼ିଥିଲେ ସେହିପରି ଏର୍ନାକୂଳନମ ବିଶାଖପାଟନା ଏକ୍ସପ୍ରେସରେ ଯାଉଥିବା ଟ୍ରେନ ପାଟନା ଅଂଚଳର ଯୁବକ ଅବଦୁଲ କାଦିରି ଭୋର ସମୟରେ ସୋର ଷ୍ଟେସନ ଟ୍ରେନ ଖସି ମୃତ୍ୟୁ ବରଣ ଘଟିଛି।