ସମ୍ବଲପୁର କର୍ଫ୍ୟୁ: ୧୨ ଘଣ୍ଟା ବନ୍ଦ ହେବ ୧୪ ଜିଲ୍ଲା
ଭୁବନେଶ୍ୱର : ସମ୍ବଲପୁର ଘଟଣାକୁ ନେଇ ବୁଧବାର ୧୪ ଟି ଜିଲ୍ଲାରେ ୧୨ଘଣ୍ଟିଆ ହରତାଳ। ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ । ଏହି ଆନ୍ଦୋଳନ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ। ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ଆକ୍ରମଣକୁ ନିନ୍ଦା କରିବା ସହ ରାଜ୍ୟ ସରକାର ଚାହିଁଥିଲେ ସମ୍ବଲପୁରରେ ଏଭଳି ଘଟଣା ଘଟିନଥାନ୍ତା ବୋଲି କହିଛି ଭି.ଏଚ୍.ପି ।
ଆଜି ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଜିଲ୍ଲାରେ ୧୨ଘଣ୍ଟା ହରତାଳ ଚାଲିଛି। ବିଶ୍ବହିନ୍ଦୁ ପରିଷଦର ଏହି ହରତାଳ ଡାକରାକୁ ବିଜେପି ସମର୍ଥନ ଘୋଷଣା କରିଛି । ସକାଳୁ ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଠପ ରହିଛି ଗାଡି ଚଳାଚଳ ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ ଦୋକାନ ବଜାର । ଜନସଧାରଣ ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ କମିଟି , ସଂଗଠନ, ଏହି ବନ୍ଦରେ ସାମିଲ ହୋଇଛନ୍ତି ।ତେବେ ଶାନ୍ତିଶୃଙ୍ଖଳା ସହ ଏହି ବନ୍ଦ କୁ ପାଳନ କରିବା ନେଇ ସୂଚନା ଦେଇଛି ବିଶ୍ୱ ହିନ୍ଦୁପରିଷଦ ଓ ବଜରଙ୍ଗ ଦଳ ।




admin 