ସମ୍ବଲପୁର କର୍ଫ୍ୟୁ : ପରୀକ୍ଷା ପାଇଁ କୋହଳ ହେବ କଟକଣା

ସମ୍ବଲପୁର କର୍ଫ୍ୟୁ : ପରୀକ୍ଷା ପାଇଁ କୋହଳ ହେବ କଟକଣା

ସମ୍ବଲପୁର: ଆଜି ସାରା ରାଜ୍ୟରେ ସିଡିଏସ୍ ଓ ଏଏସ୍ଓ ପରୀକ୍ଷା ହେବ । ତେଣୁ ସମ୍ବଲପୁର ସହରରେ ଲାଗିଥିବା କଟକଣାକୁ କୋହଳ କରାଯାଇଛି । ପରୀକ୍ଷାର୍ଥୀମାନେ ସ୍ୱାଭାବିକ୍ ଭାବେ ଆସି କେମିତି ପରୀକ୍ଷା ଦେଇପାରିବେ ସେଥିପାଇଁ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ପରୀକ୍ଷାକୁ ଦୃଷ୍ଟିରେ ରଖି ସକାଳ ସାଢ଼େ ୭ରୁ ସାଢ଼େ ୧୦ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ କଟକଣାକୁ କୋହଳ କରାଯାଇଛି ।

ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ । ପରୀକ୍ଷାର୍ଥୀମାନ ଯାତୟତ ପାଇଁ ସମ୍ବଲପୁରରେ ବସର ବ୍ୟବସ୍ଥା କରାଯାଇଛି । ଏଥିପାଇଁ କ୍ଷେତରାଜପୁର ଷ୍ଟେସନରେ ୩ଟି ବସ୍, ସମ୍ବଲପୁର ସିଟି ଷ୍ଟେସନରେ ଗୋଟିଏ ବସ ଏବଂ ଅଇଁଠାପାଲି ବସ୍ ଷ୍ଟେସନରେ ୩ଟି ବସର ବ୍ୟବସ୍ଥା କରାଯାଇଛି । ସେପଟେ କର୍ଫ୍ୟୁ ଭିତରେ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମଧ୍ୟ କଟକଣାକୁ କୋହଳ କରିଛି ପ୍ରଶାସନ ।