ମାନସିକ ସ୍ୱାସ୍ଥ୍ୟ ଲାଗି ରୋଷେଇ

ମାନସିକ ସ୍ୱାସ୍ଥ୍ୟ ଲାଗି ରୋଷେଇ

ଭୁବନେଶ୍ୱର : ମାନସିକ ସ୍ୱାସ୍ଥ୍ୟ କଥା ଆସିଲେ ଆମେ ସାଧାରଣତଃ ଆମେ ବ୍ୟାୟାମ, ଖେଳକୁଦ, ଯୋଗ ଉପରେ ଗୁରୁତ୍ୱ ଦେଇଥାଉ । କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ରୋଷେଇ କରିବା ଦ୍ୱାରା ଶାରୀରିକ ଓ ମାନସିକ ଶକ୍ତି ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏସବୁ ଜିନିଷରେ ଏକାଗ୍ରତା ରହିଥାଏ । ତେବେ ମାନସିକ ସ୍ୱାସ୍ଥ୍ୟ ଲାଗି ରୋଷେଇ ସର୍ବୋତମ ଉପାୟ ବୋଲି ବିବେଚନା କରନ୍ତି । 

ଆମେ ଯେତେବେଳେ ଖାଦ୍ୟ ରାନ୍ଧୁ , ଆମର ସେନ୍ସ ପାୱାର ବଢିଯାଇଥାଏ । ରୋଷେଇ କଲେ ମନ ଶାନ୍ତ ହୋଇଥାଏ ଏବଂ ଚିନ୍ତା ଚାପରୁ ମୁକ୍ତି ମିଳିଥାଏ  ରୋଷେଇ ଉପକରଣ ପ୍ରସ୍ତୁତ୍ କରିବା , ଖାଦ୍ୟର ସ୍ୱାଦ ବଢାଇବା ଏବଂ ରନ୍ଧନ ପ୍ରକ୍ରିୟା ଉପରେ ନଜର ରଖିବା ହେଉଛି ଏକ ପ୍ରକାର ଶିକ୍ଷା ଯାହା ଆମର ଏକାଗ୍ରତାକୁ ବଢାଇଥାଏ  

ଯେତେବେବେଳ ଆମେ ପରିବା କାଟୁ , ଛୁରୀକୁୁ କିପରି ବ୍ୟବହାର କରାଯିବ ଏବଂ କେତେ ପ୍ରେସରରେ କଟାଯିବ ତାହା ଭାବିଥାଉ । ଏପରି କଲେ ଆମର ଆଭ୍ୟନ୍ତରୀଣ ଶରୀରରେ ଶିରାପ୍ରଶିରା ସକ୍ରିୟ ହୋଇଥାଏ ।