ଯଦି ଖାଉଛନ୍ତି ତେବେ ସାବଧାନ

ଯଦି ଖାଉଛନ୍ତି ତେବେ ସାବଧାନ

ଭୁବନେଶ୍ୱର : କେତେ ପ୍ରକାର ଫଳମୂଳ , ପନିପରିବା ଅଛି , ସେଗୁଡ଼ିକ ଆମ ଶରୀର ପାଇଁ କେତେ ଉପକାରୀ /ଅପକାରୀ ସେ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ସମସ୍ତେ ଜାଣିବା ଦରକାର ।

ଫଳକୁ କାଟିଲା ବେଳେ ସେଓ ମଂଜିକୁ ବାହାର କରିଦେବା ଦରକାର । ନଚେତ୍ ମଂଜି ଖାଇଦେଲେ ,ସେଥିରେ ଥିବା ସିଆନାଇଡ଼୍ ତତ୍ୱ ପାଇଁ ମୁଣ୍ଡ ବିନ୍ଧା ହୁଏ । ଏହି ସିଆନାଇଡ଼୍ କାରଣରୁ ପେଟ କାଟିବା ଓ ବାନ୍ତି ଭଳି ସମସ୍ୟା ଦେଖାଦେଇଥାଏ । 

ନେଳି ପଡ଼ିଥିବା ଆଳୁକୁ ଫିଙ୍ଗି ଦିଅନ୍ତୁ । ଏହି ଆଳୁରେ ଥିବା ସେଲ୍ନିନ କାରଣରୁ ବିଭିନ୍ନ ଶାରୀରିକ ଅସୁବିଧା ହେବାର ଭୟ ରହିଛି । ବଜାର ଛତୁକୁ ଭଲ ଭାବେ ପରଖି ରାନ୍ଧି ଖାଆନ୍ତୁ । ଫ୍ରିଜ୍ରେ ଅଧିକ ଦିନ ଛତୁ ରହିଲେ ତାହା ବିଷାକ୍ତ ହୋଇଯାଏ ।

ରୋଷେଇ କରିବା ପୂର୍ବରୁ ହଳଦୀ ମିଶା ନଖ ଉଷୁମ ପାଣିରେ କିଛି ସମୟ ବତୁରାଇବା ଜରୁରୀ । ଜାଇଫଳ ଯେତିକି ଭଲ ସେତିକି ଖରାପ ମଧ୍ୟ , ଏହା ଶରୀର ହାନୀ ହୋଇପାରେ ତେଣୁ ବିଶେଷଜ୍ଞ ପରାମର୍ଶ ରେ ଖାଆନ୍ତୁ ।